ପାଣିରେ ବୁଡ଼ି ୨ ମୃତ
ସୋର: ଗାଧାଉଥିବା ବେଳେ ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାଗୁଡ଼ି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ଦେଲେ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଝାମ୍ପ କରଙ୍କ ପୁଅ ଚନ୍ଦନ।
ଆଜି ଅଜା ସ୍ୱର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ ଥିଲା। ସୁଶାନ୍ତ ଓ ଚନ୍ଦନ ତୁଠରେ ଲଣ୍ଡା ହୋଇ ନିକଟରେ ଥିବା ଏକ ପରିତ୍ୟକ୍ତ ମାଙ୍କଡା ଖାଦାନକୁ ଗାଧାଇବାକୁଯାଇଥିଲେ। ଏହି ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ। ପରେ ନିକଟରେ ଥିବା ବାଗୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।




admin 