ଡେଙ୍ଗୁ : ଭୁବନେଶ୍ୱରର ୧୦ ଅଞ୍ଚଳ ରେଡ୍‌ ଜୋନ୍‌

ଡେଙ୍ଗୁ : ଭୁବନେଶ୍ୱରର ୧୦ ଅଞ୍ଚଳ ରେଡ୍‌ ଜୋନ୍‌

ଭୁବନେଶ୍ୱର :  ଭୁବନେଶ୍ୱରରେ ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରର ୧୦ ଅଞ୍ଚଳ ରେଡ୍‌ ଜୋନ୍‌ । ଏହି ସବୁ ଅଞ୍ଚଳ ଚିହ୍ନଟ କରାଯାଇ ବିଏମ୍‌ସି ପକ୍ଷରୁ ମଶା ମରା ଅଭିଯାନ ଆରମ୍ଭ ହୋଇଛି । ଜୁନ୍‌ ମାସରେ ସର୍ବାଧିକ ୧୦୩ ଜଣ ଚିହ୍ନଟ ହୋଇଛନ୍ତି । ଜୁଲାଇ ମାସ ଆଜି ସୁଦ୍ଧା ୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ନୂଆପଲ୍ଲୀ ଅଞ୍ଚଳରେ ସର୍ବାଧିକ ରୋଗୀ ୨୪ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ଆଇରସି ଭିଲେଜ ୬, ପୋଖରୀପୁଟ ୫, ଜୟଦେବବିହାର ୪, ସିଆରପି ୫, ଭୀମଟାଙ୍ଗିରୁ ୪ , ଚନ୍ଦ୍ରଶେଖରପୁର ୩ ରୋଗୀ ଚିହ୍ନଟ ହୋଇଛନ୍ତି । ୪୩ ଜଣ ରୋଗୀଙ୍କ ଠିକଣା ଜଣାପଡିନି । ଏହାବାଦ୍‌ ଅନେକ ରୋଗୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ପ୍ରଶାସନ ପକ୍ଷରୁ ୫ଟି ଫଗ୍‌ ମେସିନ୍‌ ଭଡ଼ାରେ ଅଣାଯାଇଛି । ପ୍ରତି ୱାର୍ଡରେ ବିଏମ୍‌ସି ପକ୍ଷରୁ ସଫେଇ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଘର ଘର ବୁଲି ସଚେତନତା କରାଯାଉଛି । ଡେଙ୍ଗୁରୁ ରକ୍ଷା ପାଇବେ ପ୍ରତି ଗୁରୁତ୍ୱ ଦିଆଯାଉଛି ।