ପୁଣି ହାତୀ ଆକ୍ରମଣରେ ବୃଦ୍ଧ ମୃତ

ପୁଣି ହାତୀ ଆକ୍ରମଣରେ ବୃଦ୍ଧ ମୃତ

ନିମବାହାଳି : ଢେଙ୍କାନାଳ ବନଖଣ୍ଡରେ ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ହାଉସ୍ ଅଧିନ କୁମୁରସିଂହା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। କାଳିଆ ସାହୁ (୭୫ ବର୍ଷ) ନାମକ ଜଣେ ବୃଦ୍ଧଙ୍କୁ ହାତୀ ଦଳିଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, କାଳିଆ ବୁଧବାର ସକାଳେ ନିକଟସ୍ଥ ପଡିଆକୁ ଶୌଚ ପାଇଁ ଯାଇଥିଲେ । ଉକ୍ତ ଅଞ୍ଚଳରେ ଥିବା ହାତୀପଲଙ୍କ ମଧ୍ୟରୁ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଗୁଡାଇ ଗୋଡ଼ରେ କୁଦି ଦେଇଥିବା ଅଞ୍ଚଳବାସୀ କହିଛନ୍ତି । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।