ମାଈ ହାତୀର ମୃତଦେହ ଜବତ

ମାଈ ହାତୀର ମୃତଦେହ ଜବତ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳରୁ ଏକ ହାତୀର ମୃତ ଦେହ ଠାବ ହୋଇଛି। ସଦର ରେଞ୍ଜ ଅନ୍ତର୍ଗତ ବୋରାପଦା ଖମାର ଏକ ଆମ୍ବ ତୋଟାରେ ଏହି ହାତୀଟି ମରି ପଡିଥିବା ଦେଖିବାକୁ ମିଳିଛି। ସଦର ରେଞ୍ଜ ବନ କର୍ମଚାରୀ ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି।

ମୃତ ହାତୀଟି ଏକ ମାଈ ହାତୀ ଓ ତାର ୧୫ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ମୃତ ହାତୀର ତଳେ ବିଦ୍ୟୁତ ତାର ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତ ଫଳରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ ବିଭାଗ ପକ୍ଷରୁ ହାତୀର ମୃତ ଦେହ ଜବତ କରି ତଦନ୍ତ ଜାରି ରହିଛି।