ସ୍ଵାମୀଙ୍କ ଦେହରେ କିରୋସିନି ଢାଳି ଜାଳିଦେଲା ପତ୍ନୀ

ସ୍ଵାମୀଙ୍କ ଦେହରେ କିରୋସିନି ଢାଳି ଜାଳିଦେଲା ପତ୍ନୀ

ଭଞ୍ଜନଗର : ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲା ପତ୍ନୀ। ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପ୍ରଫୁଲ୍ଲ କୁମାର ସାବତଙ୍କ ଦେହରେ ତାଙ୍କ ପତ୍ନୀ ପ୍ରମିତା ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ପତ୍ନୀକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

 କୁଲାଡ ଗ୍ରାମର ପ୍ରଫୁଲ୍ଲ କୁମାର ସାବତ ନାମକ ଜଣେ ଅବସରପ୍ରାପ୍ତ ବନରକ୍ଷୀ ନିଜ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ପ୍ରମିତା ନାମକ ଜଣେ ମହିଳାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ବିବାହର ବେଶ କିଛି ଦିନ ଠିକ୍ ଭାବେ ଏମାନଙ୍କ ସଂସାର ରଥ ଆଗକୁ ଗଡିଥିଲା। ହେଲେ ଧୀରେ ଧୀରେ ଦ୍ଵିତୀୟ ପତ୍ନୀ ପ୍ରମିତା ପ୍ରଫୁଲ୍ଲଙ୍କ ପ୍ରତି ଅଧିକ ରୁକ୍ଷ ହେବା ସହ ସବୁବେଳେ ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ କଳିଗୋଳ ଲାଗି ରହୁଥିଲା। ସୋମବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ବଚସା ଲାଗି ରହିଥିଲା। ମଙ୍ଗଳବାର ସକାଳୁ ପୁଣିଥରେ ଉଭୟଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ବେଶ କିଛି ସମୟ ଉଚ୍ଚବାଚ ହୋଇଥିଲା। ପରେ ପ୍ରଫୁଲ୍ଲ ଘରର ବାଡି ପଟେ ବସି ଦାନ୍ତ ଘଷୁଥିବା ବେଳେ ହଠାତ୍ ପ୍ରମିତା ପ୍ରଫୁଲ୍ଲଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା।