ଗଛର ପ୍ରତି ଶାଖାରେ ଦେଖିବାକୁ ମିଳେ ସାପ ମାଳମାଳ : ସାପ ଉଦ୍ୟାନ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ସାପ ଉଦ୍ୟାନର ଭିଡିଓ ଭାଇରାଲ ହୋଇଛି। ଉଦ୍ୟାନଟି ୧୨ଏକର ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଏହି ଉଦ୍ୟାନ ସାପ ପାଳନ ଓ ଔଷଧୀୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବେଶ ପରିଚିତ। ଏହା ଏକ ସ୍ବତନ୍ତ୍ର ଉଦ୍ୟାନ। ଏହି ଉଦ୍ୟାନର ପ୍ରତିଟି ଶାଖାରେ ଫଳଫୁଲ ବ୍ୟତୀତ ସାପ ଥିବା ଦେଖିବାକୁ ମିଳିଥାଏ। ଏହି ଉଦ୍ୟାନରେ ପାଖାପାଖି ୪୦୦ରୁ ଅଧିକ ପ୍ରଜାତିର ବିଷଧର ସାପ ରହିଛନ୍ତି।
ଏହିସାପମାନଙ୍କୁ ତାଙ୍କ ବିଷ ପାଇଁ ପୋଷାଯାଇଛି। ଏହି ବିଷକୁ ଔଷଧ ପାଇଁ ବ୍ୟବହାର କରାଯାଇଥାଏ। ଏଥିସହିତ ଏଠାରେ ସର୍ପଦଂଶନ ପାଇଁ କିଭଳି ଉପଚାର ଲାଭଦାୟକ ହେବ ସେନେଇ ବିଭିନ୍ନ ରିସର୍ଚ୍ଚ ବି କରାଯାଇଥାଏ। ତେବେ ପ୍ରତିବର୍ଷ ସର୍ପ ଦଂଶନର ଶିକାର ହେଉଥିବା ପାଖାପାଖି ୧୫,୦୦ଜଣ ପୀଡିତଙ୍କୁ ଏହି ଡୋଙ୍ଗ ଟାମ ସ୍ନେକ ଫାର୍ମରେ ଚିକିତ୍ସା କରାଯାଇଥାଏ।
ବିଶେଷ ଉପଚାରର ଉପଲବ୍ଧତା ଓ ସର୍ପଦଂଶନ ପରେ କେଉଁ ଔଷଧ ଅଧିକ ଲାଭ ହେବ ତାହାକୁ ନେଇ ଏହି ଫାର୍ମରେ ରିସର୍ଚ୍ଚ ଚାଲିଥାଏ। ସୋସିଆଲ ମିଡିଆରେ ଟ୍ରିନ ଡୋଙ୍ଗ ଟାମ ସ୍ନେକ ଫାର୍ମର ଭିଡିଓ ଭାଇରାଲ ହେବାପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓ ଦେଖି ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ଏମିତି ଉଦ୍ୟାନ ପୂର୍ବରୁ କେବେ ଦେଖି ନାହାନ୍ତି ବୋଲି କହିଛନ୍ତି।




user1 