ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଥାନା କୋଲଟା ଗାଁରେ ଅଘଟଣ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ଯୁବକ ମେଡିକାଲରେ ଭର୍ତ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କୋଲଟା ଗାଁର ମୁଜାଫର ଖାଁଙ୍କୁ ଗୁଳିମାଡ଼ ହୋଇଛି । ବୁଧବାର ବିଳମ୍ବିତ ରାତିରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି କ୍ରିଷ୍ଣାନନ୍ଦପୁର ଅଞ୍ଚଳର ବାବୁ ମେକାନିକ ଓ ତାର ଦୁଇ ସହଯୋଗୀ ଆସି ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଥିବାର ଅଭିଯୋଗ ହୋଇଛି ।
ସେପଟେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।