ସ୍ୱର୍ଗଦ୍ୱାର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ ଟଙ୍କାକୁ ବୃଦ୍ଧି

ସ୍ୱର୍ଗଦ୍ୱାର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ ଟଙ୍କାକୁ ବୃଦ୍ଧି

ପୁରୀ: ପୁରୀ ସ୍ଵର୍ଗଦ୍ଵାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି।ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେକ୍ରମେ ହରିଶ୍ଚନ୍ଦ୍ର ଯୋଜନା ରାଶି କୁ ତିନି ହଜାର ରୁ ଚାରି ହଜାର ଟଙ୍କା କୁ ବୃଦ୍ଧି କରାଯାଇଛି।

ଏହା ସହିତ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ରୁ ସେବା ନେଇ ଥିବା ବ୍ୟକ୍ତି ମାନଙ୍କ ରେଜିଷ୍ଟ୍ରେଡ ମୋବାଇଲ ନମ୍ବର କୁ ଏସ ଏମ ଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି। ଯାହା ଫଳରେ ଯଦି କେହି ତାଙ୍କ ରସିଦ ହଜାଇ ଦେଇ ଥାନ୍ତି ତେବେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ପୁଣି ସହଜରେ ଡୁପ୍ଲିକେଟ ରସିଦ ପାଇପାରିବେ। ସେହିପରି ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉ ଥିବା ବ୍ୟକ୍ତି ବିଶେଷ ଦାହ କାର୍ୟ୍ୟ ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିବା ବେଳେ ଏବେ ଏହା କୁ ବୃଦ୍ଧି କରି କୁଇଣ୍ଟାଲ ୮୦ କେଜି କରାଯାଇଛି। ସେହିପରି ପଥ ଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଛି। ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ଗ୍ରାମ ରୁ ୩୦୦ଗ୍ରାମ କରାଯାଇଛି। ଶବସଂସ୍କର କରିବାକୁ ଆସୁଥିବା ବ୍ୟକ୍ତି ବିଶେଷ କାଠ ବୋହି କି ନେବା ପାଇଁ ପୂର୍ବରୁ କେବଳ ଟ୍ରଳି ବ୍ୟବସ୍ଥା ଥିଲା ,ଏହି ବ୍ୟବସ୍ଥାରେ ସୁଧାର ଆଣି କାଠ ବୋହିବା ପାଇଁ ୭ଜଣ ପରିବହନ ସେବକ ମୁତୟନ କରାଯାଇଛି। ଯାହା ଫଳରେ ମୃତ ବ୍ୟକ୍ତି ଦାହ ସଂସ୍କାର ସ୍ଥାନକୁ ଏହି ସେବକ ମାନେ ଟ୍ରଲି ସାହାଯ୍ୟରେ କାଠ ବୋହି କି ନେଇ ପାରିବେ।
ସେହିପରି ଦାହ ସଂସ୍କାର କରୁଥିବା ସେବକ ମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କୁ ବିବାହ ଓ ମୃତ୍ୟୁ କାଳିନ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ସବ କଲେକ୍ଟର ପୁରୀ ଭବତାରଣ ସାହୁ ଜଣାଇଛନ୍ତି।