ଭୁବନେଶ୍ୱରରେ ଆଇଟି ରେଡ୍, ୩୦ କୋଟି ଜବତ
ଭୁବନେଶ୍ୱର: ଭୁବନେଶ୍ୱରର ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଆଇଟି ରେଡ୍ । ଡିଏନ୍ ହୋମ୍ସ ପ୍ରା.ଲି.ରେ ଆଇଟି ରେଡ୍ । ଟିକସ ଫାଙ୍କିବା ଅଭିଯୋଗରେ ୨୦ରୁ ଅଧିକ ସ୍ଥାନରେ ରେଡ୍ ଚାଲିଛି । ଆଇଟି ବିଭାଗର ୭ଜଣିଆ ଟିମର ଚଢାଉ ଜାରି । ରେଡ୍ ବେଳେ ବହୁ ମୂଲ୍ୟବାନ କାଗଜପତ୍ର ଜବତ କରାଯାଇଛି ।
ୟୁନିଟ୍ ୪ ପୋଷ୍ଟାଲ କଲୋନୀରେ ଏହି ରେଡ୍ ହୋଇଛି । ପୋଷ୍ଟାଲ କଲୋନୀରେ ଥିବା ଡିଏନ୍ ହୋମ୍ସ ନିର୍ଦ୍ଦେଶକଙ୍କ ଘରେ ରେଡ ହୋଇଛି । ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ହୋଇଥିବା ସୂଚନା । ପାତ୍ରପଡ଼ା ଠାରେ ଥିବା ଡିଏନ୍ ରେଙ୍ଗାଲିଆ ମଲରେ ବି ଚଢାଉ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ଦେଶର ୨୭ଟି ସ୍ଥାନରେ ଚାଲିଛି ଚଢାଉ । ଏହାକୁ ମିଶାଇ ୨୦ଟି ସ୍ଥାନରେ ରେଡ୍ କରୁଛି ଆଇଟି ।




user1 