ଜୟନାରାୟଣଙ୍କୁ ବିରୋଧ: ବାଚସ୍ପତିଙ୍କୁ ଭେଟିଲେ ବିଜେଡି ମହିଳା ବିଧାୟକ

jaynarayan mishra

ଜୟନାରାୟଣଙ୍କୁ ବିରୋଧ: ବାଚସ୍ପତିଙ୍କୁ ଭେଟିଲେ ବିଜେଡି ମହିଳା ବିଧାୟକ

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପୁଣି ବିଜେଡି ପକ୍ଷରୁ ଟାର୍ଗେଟ କରାଯାଇଛି । ବିଧାନସଭା ବାହାରେ ଜୟନାରାୟଣଙ୍କୁ ଟାର୍ଗେଟ କରାଯାଇଛି । ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଓ  ସ୍ନେହାଙ୍ଗିନୀ ଛୁରିଆ ଉଭୟ ଜୟନାରାୟଣଙ୍କୁ ଟାର୍ଗେଟ କରିଛନ୍ତି । 
ଏପରିକି ବିଜେଡିର ମହିଳା ବିଧାୟକମାନେ ଜୟନାରାୟଣଙ୍କ ବିରୋଧରେ ବାଚସ୍ପତି ବିକ୍ରମକେଶରୀ ଆରୁକ୍ଷଙ୍କୁ ଭେଟି ଫେରାଦ ହୋଇଛନ୍ତି ।  ଏହି ଅବସରରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ବିରୋଧୀ ଦଳ ନେତାଙ୍କ ନାମରେ ଅପରାଧିକ ମାମଲା ରହିଛି । ଜୟନାରାୟଣଙ୍କ ବିରୋଧରେ ବହୁ ମାମଲା ରହିଛି । ସେ ଜାମିନରେ ଅଛନ୍ତି । ତାଙ୍କ ମାନସିକ ଅବସ୍ଥା ଠିକ ନାହିଁ । ସମସ୍ତଙ୍କୁ ଖାଲି ଆକ୍ରମଣ କରୁଛନ୍ତି । ଆମେ ମହିଳା ବିଧାୟକମାନେ ଗୃହ ଭିତରେ ସୁରକ୍ଷିତ ମନେ କରୁନାହୁଁ । ତେଣୁ ବାଚସ୍ପତି ତାଙ୍କୁ ବିରୋଧୀ ଦଳ ନେତା ପଦକୁ ଡିରେକଜନାଇଜ କରନ୍ତୁ ବୋଲି ସ୍ନେହାଙ୍ଗିନୀ ଛୁରିଆ ଦାବି କରିଛନ୍ତି । 
ଅନ୍ୟପକ୍ଷରେ  ଶଶୀଭୂଷଣ ବେହେରା ମଧ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଚରଣକୁ ବିରୋଧ କରିଛନ୍ତି ।