ମହାନଦୀ ଜଳବିବାଦ: ସାତକୋଶିଆ ଯିବ ଟିମ୍
ଅନୁଗୁଳ : ବୁଧବାର ଅନୁଗୁଳ ସାତକୋଶିଆ ପରିଦର୍ଶନରେ ଯିବେ ମହାନଦୀ ଟ୍ରିବ୍ୟୁନାଲ। ସାତକୋଶିଆ ଗସ୍ତରେ ଯିବେ ମହାନଦୀ ଟ୍ରିବ୍ୟୁନାଲର ୩୩ ଜଣ ସଦସ୍ୟ । ଦୁଇଟି ଟିମ୍ ମଧ୍ୟରୁ ଗୋଟିଏ ଟିମ୍ ହେଲିକପ୍ଟରରେ ଏବଂ ଅନ୍ୟ ଏକ ଟିମ୍ ଗାଡ଼ିରେ ଅନୁଗୁଳ ଯାଉଛନ୍ତି। ଏଥିପାଇଁ ଏକ ସ୍ଵତନ୍ତ୍ର ହେଲିପ୍ୟାଡ ନିର୍ମାଣ ହୋଇଛି।
ସେହିପରି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ମହାନଦୀ ଗଣ୍ଡରେ ବୁଲିବାର କାର୍ୟ୍ୟକ୍ରମ ରହିଛି।
ଏହାସହିତ ଜଳସେଚନର କଣ ଭିତ୍ତିଭୂମି ରହିଛି ତାହା ମଧ୍ୟ ବୁଲି ଦେଖିବେ ଟ୍ରିବ୍ୟୁନାଲ ସଦସ୍ୟ। ରାମସାର ସାଇଟ୍ ବିଷୟରେ ମଧ୍ୟ ଆଲୋଚନା ହେବ। ଏହି ଆଲୋଚନା ସମୟରେ ଅନୁଗୁଳ ଜିଲ୍ଲା ପ୍ରଶାସନ, ଜଳସଂପଦ ବିଭାଗ ଅଧିକାରୀ ଏବଂ ବନ ବିଭାଗ ଅଧିକାରୀ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ ଯେ, ଓଡିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ପୁରା ଘଟଣାକ୍ରମର ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ଟ୍ରିବ୍ୟୁନାଲ ଟିମ୍ ଦୁଇଟି ପର୍ୟ୍ୟାୟରେ ଓଡିଶା ଏବଂ ଛତିଶଗଡ଼ର ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି । ପ୍ରଥମ ପର୍ୟ୍ୟାୟରେ ଛତିଶଗଡ଼ର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିବା ବେଳେ ଏବଂ ୨ୟ ପର୍ୟ୍ୟାୟ ପରିଦର୍ଶନ ଚାଲିଛି । ଏଥିରେ ଓଡିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି । ପ୍ରଥମେ ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ଆଉ ଏବେଅନୁଗୁଳର ବିଭିନ୍ନ ପରିଦର୍ଶନ କରୁଛନ୍ତି ।




admin 