ଧରାପୃଷ୍ଟରେ ଦେବ ଦମ୍ପତ୍ତିଙ୍କ ବିବାହ

ଧରାପୃଷ୍ଟରେ ଦେବ ଦମ୍ପତ୍ତିଙ୍କ ବିବାହ

ସମ୍ବଲପୁର  :  ବୁଧବାର ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ଆଜି ରାତିରେ ଶୁଭ ଲଗ୍ନରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ହାତ ଗଣ୍ଠି ପଡିବ। ଏନେଇ ଆଜି ମାତା ପାର୍ବତୀଙ୍କ କନ୍ୟା ପିତା ମାତାଙ୍କ ଘରକୁ ଯାଇଥିବା ବେଳେ ହଳଦୀ କାର୍ୟ୍ୟକ୍ରମ ରହିଛି। ମଙ୍ଗଳବାର ଝାଡୁଆପଡ଼ା, ମୋଦିପଡ଼ା, ବଡ଼ବଜାର, ଠାକୁରପଡ଼ା ସମେତ ସମସ୍ତ ଯାତ୍ରା କମିଟିର ଦେବନିମନ୍ତ୍ରଣ ବା ଗୁଆଗୁଣ୍ଡା କାର୍ୟ୍ୟକ୍ରମ ସରିଛି । ସହରରେ ଥିବା ସବୁ ଦେବାଳୟକୁ ନିମନ୍ତ୍ରଣ କରାଯାଇଛି। ନନ୍ଦପଡ଼ାର ନୃସିଂହ ନିଉତା ବା ଦେବ ନିମନ୍ତ୍ରଣ ପୂର୍ବରୁ ସରିଥିବା ବେଳେ ଗତକାଲି ଝାଡୁଆପଡା ସମେତ ଅନ୍ୟ ଯାତ୍ରା କମିଟିର ଦେବ ନିମନ୍ତ୍ରଣ ସରିଛି।