ଲଙ୍କାର ଉପକାରିତା

ଲଙ୍କାର ଉପକାରିତା

ଭୁବନେଶ୍ୱର : ଭାରତୀୟମାନେ ନିଜର ଦୈନଦିନ ଖାଦ୍ୟରେ ଲଙ୍କାର ନିହାତି ବ୍ୟବହାର କରିିଥାନ୍ତି । ବିଶେଷଜ୍ଞଙ୍କ ମତ ଅନୁସାରେ ଲଙ୍କା ଖାଇଲେ ଶରୀରରୁ ବିଭିନ୍ନ ରୋଗରୁ ଉପଶମ ମିଳେ । ଆମେରିକୀୟ ଗବେଷକ ଦଳ ଏଭଳି ତଥ୍ୟ ପ୍ରକାଶ କରିଛନ୍ତି । କଂଚା ଲଙ୍କାରେ ଟାନ୍ସ କ୍ୟାପସେନିସ୍‌ ତତ୍ତ୍ୱ ଅଛି । ଆଣ୍ଠୁଗଣ୍ଠି ଦରଜକୁ ବୃଦ୍ଧି କରୁଥିବା ଫାଇବର ପ୍ରତିହତ କରିବାରେ ଏହି ତତ୍ତ୍ୱ  ସହାୟକ ହୋଇଥାଏ । ଏଇ ସବୁ ସତ୍ତ୍ୱକୁ ଲକ୍ଷ୍ୟ କରିବା ପରେ ତାକୁ ସଂଗ୍ରହ କରାଯାଇ ଏକ ଇଞ୍ଜେକସନ୍‌ ପ୍ରସ୍ତୁତ ହୋଇଛି । ପରୀକ୍ଷାମୂଳକ ଭାବରେ ଆଣ୍ଠୁଗଣ୍ଠି ସମସ୍ୟା ସହ ଜଡିତ କେତେକ ରୋଗୀଙ୍କୁ ଏହି ଇଞ୍ଜେକସନ୍‌ ଦିଆଯାଇଥିଲା । କିଛି ସପ୍ତାହ ପରେ ସେମାନେ କେତେକାଂଶରେ ଉପଶମ ଲାଭ କରିଥିବାର ପରୀକ୍ଷାରୁ କଣାପଡିଛି ।