ଓଡ଼ିଶାରେ ଅକ୍ଷୟ ତୃତୀୟ ପାଳିଲେ ବଲିଉଡ ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ
ପିପିଲି : ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବିଲିପଡା ଛକ ଠାରେ ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ବଲିଉଡ ପ୍ରଖ୍ୟାତ ଅଭିନେତା ତଥା ବିଜେପିର ବରିଷ୍ଠନେତା ମିଥୁନ ଚକ୍ରବର୍ତ୍ତୀ। ଭୁବନେଶ୍ୱର ବିମାନ ବନ୍ଦରରେ ମିଥୁନ ଚକ୍ରବର୍ତ୍ତୀ ପହଞ୍ଚିବା ପରେ ସେଠାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ସମ୍ବିତ ପାତ୍ର, ବରିଷ୍ଠନେତା ଶଙ୍କର ପରିଡା ପ୍ରମୁଖ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ସେ ଉତ୍ତରାବଜାର ଠାରେ ପହଞ୍ଚିଥିଲେ। ସେଠାରେ ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରିଥିଲେ।
ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଡ଼ ସମ୍ବିତ ପାତ୍ର ଓ ଆଶ୍ରୀତ ପଟ୍ଟନାୟକ ପ୍ରମୁଖ ସେଠାରୁ ଏକ ଖୋଲାଜିପ୍ରେ ବସି ଦଳୀୟ ନେତା, କର୍ମକର୍ତ୍ତା ଓ କର୍ମୀଙ୍କ ସହ ବାଇକ୍ ଶୋଭାଯାତ୍ରାରେ ପୁବାଶାସନ ପଞ୍ଚାୟତ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ବିଭିନ୍ନ ସ୍ଥାନରେ ମିଥୁନ ଚକ୍ରବର୍ତ୍ତୀ ଓ ସମ୍ବିତ ପାତ୍ରଙ୍କୁ ସ୍ୱାଗତ କରାଯାଇଥିଲା। ବିଲିପଡା ଗ୍ରାମ୍ୟ ଛକ ନିକଟରେ ଥିବା ଏକ ବିଲରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ଭଲ ଫସଲ ଅମଳ ହେବାର ଶୁଭମନାସୀ ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ପାରମ୍ପରିକ ରୀତିନିତୀରେ ଅକ୍ଷିମୁଠି ଅନୁକୂଳ କରିଥିଲେ। କୃଷି ଓ କୃଷକଙ୍କ ଉନ୍ନତି କାମନା କରି ସେ ନିଜେ ବଳଦ ଓ ଲଙ୍ଗଳ ଦ୍ୱାରା ଚାଷଜମିକୁ ହଳ କରିଥିଲେ।




admin 