ନିବେଦିତା ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ
ନିବେଦିତା ପ୍ରଧାନ ସ୍ମୃତି ପରିଷଦ ପକ୍ଷରୁ ମର୍କତ ନଗର ସ୍ଥିତ ୟୁଣ୍ଡିସର୍ ପାଲେସ ଠାରେ କଟକ ମହାନଗର ନିଗମର ପ୍ରଥମ ମେୟର ସ୍ୱର୍ଗୀୟା ନିବେଦିତା ପ୍ରଧାନ ଙ୍କ ର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଶନିବାର ଦିନ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭା ରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପଢ଼ି ,ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ,କଟକ ଲୋକସଭା ସଦସ୍ୟ ଭର୍ତରୁହରି ମହତାବ ,ମେୟର ସୁବାସ ସିଂ,କେନ୍ଦ୍ରୀୟ ପ୍ରଶାସନିକ ପ୍ରଦିକରଣର ପ୍ରପ୍ତନ୍ ଉପଧକ୍ୟ ମନୋରଞ୍ଜନ ମହାନ୍ତି ,ବିଜେପିର ରାଜ୍ୟ ସଭା ପତି ମନମୋହନ ସାମଲ ଏହି ସ୍ମୃତି ସଭା ରେ ସ୍ୱର୍ଗୀୟ ପ୍ରଧାନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ନିବେଦିତା ପ୍ରଧାନ ସମସ୍ତଙ୍କ ନିକଟରେ କୁନି ଅପା ଭାବରେ ପରିଚିତ । ତାଙ୍କର ଉତ୍ସଗ୍ରକୃତ୍ ସେବା ପାଇଁ ସେ ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ । କଟକ ମହାନଗର ନିଗମ ର ପ୍ରଥମ ମେୟର ଭାବରେ ନିର୍ବାଚିତ ଭାବରେ ସହରର ସର୍ବାଙ୍ଗୀନ ବିକାଶ ଏବଂ କଟକ କୁ ମଶା ମୁକ୍ତ କରିବା ପାଇଁ ଉଦ୍ୟମ କରି କିଛି ଅଂଶ ରେ ତାଙ୍କର ସ୍ନେହ ଶ୍ରଦ୍ଧା ସମସ୍ତଙ୍କୁ ଆପଣେଇ ପାରୁଥିଲେ । ଓଡ଼ିଶାରେ ନାରୀ ନେତ୍ରୀ ଭାବରେ ସେ ସର୍ବତ୍ର ସୁପରିଚିତ । ପୂର୍ବତନ ମନ୍ତ୍ରୀ ସମୀର ଦେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସଂସ୍ଥା ଓ ସଙ୍ଗଠନ ପକ୍ଷରୁ ସ୍ୱର୍ଗୀୟ ପ୍ରଧାନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।




