ଗଠନ ହେବ ପ୍ରବାସୀ ଓଡିଆ ମାନଙ୍କ ପାଇଁ ନିର୍ଦ୍ଧେଶାଳୟ
ଭୁବନେଶ୍ୱର : ପ୍ରବାସୀ ଓଡ଼ିଆଙ୍କ ସହ ଯୋଗସୂତ୍ର ରକ୍ଷା କରିବା ସହ ସେମାନଙ୍କୁ ରାଜ୍ୟ ବିକାଶରେ ସାମିଲ କରିବା ନିମନ୍ତେ ଓଡ଼ିଶା ପରିବାର ନିଦେ୍ର୍ଧଶାଳୟ ଗଠନ କରାଯିବ । ଏନେଇ କ୍ୟାବିନେଟରେ ନିଷ୍ପତି ନିଆଯାଇଛି ।
ରାଜ୍ୟ ସରକାର ଓଡ଼ିଶା ପରିବାର ନିଦେ୍ର୍ଧଶାଳୟ ଗଠନ ନିମନ୍ତେ ନୀତିଗତ ନିଷ୍ପତି ନେଇଛନ୍ତି । ଦେଶ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଶାବାସୀଙ୍କ ପାଇଁ ଏହି ନିଦେ୍ର୍ଧଶାଳୟ କାର୍ଯ୍ୟ କରିବ । ପ୍ରବାସୀ ଓଡ଼ିଆ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ଏହା ମଜବୁତ କରିବ । ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ଗସ୍ତ କରିବା ସମୟରେ ପ୍ରବାସୀ ଓଡ଼ିଆ ଓ ସଂଗଠନଗୁଡ଼ିକ ଓଡ଼ିଶାର ଅଭିବୃଦ୍ଧିରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିପାଇଁ ସରକାରୀ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବାକୁ ନିବେଦନ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଏବଂ ଜଗନ୍ନାଥ ଚେତନାର ବିକାଶ ନିମନ୍ତେ ସରକାରୀ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବାକୁ ନିବେଦନ କରିଥିଲେ । ଦେଶ ବିଦେଶର ପ୍ରବାସୀ ଓଡ଼ିଆଙ୍କ ସହ ଉତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଓଡ଼ିଶା ପରିବାର ନିଦେ୍ର୍ଧଶାଳୟ ଗଠନ କରିବାକୁ ନିଷ୍ପତି ନେଇଛନ୍ତି । ସାଂସ୍କୃତିକ ପ୍ରସାର, କର୍ମଜୀବି, ଛାତ୍ର, କ୍ଲିୟରାନ୍ସ ଆଦି ସମସ୍ୟାର ସମାଧାନ ନିମନ୍ତେ ସରକାରୀ ବିଭାଗଗୁଡ଼ିକ ସହ ଇଂଟରଫେସର ଏକକ ପଏଂଟ ଭାବେ କାର୍ଯ୍ୟ କରିବ ।




admin 