୨୬ ତାରିଖରୁ ସ୍ପେଶାଲ ଓଜେଇଇ

୨୬ ତାରିଖରୁ ସ୍ପେଶାଲ ଓଜେଇଇ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରୁ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ। ଜୁନ୍‌ ୨୬ରୁ ୩୦ ତାରିଖ ଯାଏଁ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ। ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇ ୮ ତାରିଖ ଯାଏଁ ଚାଲିବ।  ଅନ୍ୟପକ୍ଷରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ ଆଜି ପ୍ରକାଶ ପାଇଛି । ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି।  ୪୮,୮୧୫ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୪୮,୭୮୩ ଜଣ ରାଙ୍କ ପାଇଛନ୍ତି।

ବି-ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ ସିଭିଲ ଇଞ୍ଜିନିୟରିଂରେ ସୁବାଷ ପୃଷ୍ଟି, ଇଲେକ୍ଟ୍ରିକାଲରେ ସତ୍ୟଜିତ୍‌ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ଏମ୍‌ ଫାର୍ମରେ ରଶ୍ମିରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି।  ଗତ ମେ’ ୮ରୁ ୧୫ ପର୍ୟ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ। ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।