ଭନ୍ନିକ୍ଷମଙ୍କ ଭତ୍ତା ୪,୦୧୬ଟଙ୍କାକୁ ବୃଦ୍ଧି
ହାଇଦ୍ରାବାଦ : ଭିନ୍ନକ୍ଷମଙ୍କ ମାସିକ ଭତ୍ତା ୧ହଜାର ଟଙ୍କା ବୃଦ୍ଧି କରିଛନ୍ତି ତେଲେଙ୍ଗାନା ସରକାର । ପ୍ୱର୍ବରୁ ସେମାନେ ଆସରା ମାସିକ ଭତ୍ତା ଯୋଜନାରେ ୩,୦୧୬ ଟଙ୍କା ପାଉଥିଲେ । ତେବେ ଚଳିତ ମାସଠାରୁ ଏହି ଭତ୍ତା ଭିନ୍ନକ୍ଷମଙ୍କୁ ମିଳିବ । ଏହା ଦ୍ୱାରା ରାଜ୍ୟର ୫ଲକ୍ଷ ୧୧ହଜାରରୁ ଅଧିକ ଭିନ୍ନକ୍ଷମ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଗତ ଜୁନ୍ ୯ରେ ଏହା ସମ୍ପର୍କରେ ସୂଚନା ଦେଇଥିଲେ । ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଭିନ୍ନକ୍ଷମଙ୍କ ଭତ୍ତା ଲାଗି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସରକାରକୁ ୯୯୬ କୋଟି ୪୨ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ମାଟ୍ରିକ ପରୀକ୍ଷା ପାଇଁ ଅକ୍ଟୋବରରେ ଫର୍ମ ଫିଲପ କରାଯିବ । ସେହିପରି ସେପ୍ଟେମ୍ବର ୧୩ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଷାଣ୍ମାସିକ ପରୀକ୍ଷା ହେବ । ସେପ୍ଟେମ୍ବର ୬ କିମ୍ବା ତାହା ପୂର୍ବରୁ ଜିଲ୍ଲାଗୁଡ଼ିକୁ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଦାନ କରାଯିବ ।




user1 