ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା, ହବକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଇବା ପ୍ରକ୍ରିୟା ଆରମ୍ଭ

plus two exam

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା, ହବକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଇବା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର  : ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ  ହବକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପୂର୍ବରୁ ଯୁକ୍ତ ଦୁଇ ଛାତ୍ରୀଛାତ୍ରୀଙ୍କ  ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଯାଇଛି।
ତେବେ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଖାତା ଗତ ୧୩ ତାରିଖରୁ ୧୭ ତାରିଖ ମଧ୍ୟରେ ସମସ୍ତ କଲେଜ କର୍ତ୍ତୃପକ୍ଷ ପରିଷଦ କାର୍ୟ୍ୟାଳୟକୁ ପଠାଇଛନ୍ତି । ମାର୍ଚ୍ଚ ୧ତାରିଖରୁ ପରୀକ୍ଷା ହୋଇଥିବାରୁ ଆଜିଠୁ ପ୍ରଶ୍ନପତ୍ରଓ ଉତ୍ତର ଖାତା ହବ୍ ସେଣ୍ଟରକୁ ପଠାଯାଉଛି। ଏଥିଲାଗି ସ୍ଵତନ୍ତ୍ର ସବ୍ୟବସ୍ଥା କରାଯାଉଛି। ଷ୍ଟ୍ରଙ୍ଗରୁମ୍‌ରେ ସିଲ ହୋଇଥିବା ପରୀକ୍ଷା ଖାତା ଓ ପ୍ରଶ୍ନପତ୍ର ରହିବ। ଏହିଭଳି ଭାବେ ହବ ପରିଚାଳନା ଲାଗି ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି ହୋଇଛି ।
ତେବେ ହବ୍ ପରିଚାଳନା ଲାଗି ଗାଇଡ୍‌ଲାଇନ୍ ଜାରି ହୋଇଛି ।  ୧୧୪୫ ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିବେ ୨୦୨ ହବ୍ କଡ଼ା ନଜରରେ ରହିବ ।  କଲେଜମାନଙ୍କୁ ଷ୍ଟ୍ରଙ୍ଗ୍ ରୁମ୍ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ପରୀକ୍ଷା  ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୨୦୨ଟି  ହବ  ସହ ୧୧୪୫ ପରୀକ୍ଷା କେନ୍ଦ୍ର କରାଯାଇଛି। ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ ସିସିଟିଭି ନିରୀକ୍ଷଣରେ ରଖିବାକୁ  ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।