ବଣ କୋଳି ଖାଇ ୫ ନାବାଳକ ଅସୁସ୍ଥ

ବଣ କୋଳି ଖାଇ ୫ ନାବାଳକ ଅସୁସ୍ଥ

ବାସୁଦେବପୁର : ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ। ବାସୁଦେବପୁର ବ୍ଲକ ଚୂଡ଼ାମଣୀ ମଲିକ ସାହିରେ ଏଭଳି ଘଟଣା ଘଟିଛି। ଗୁରୁବାର ଅପରାହ୍ଣରେ ୫ ଜଣ ନାବାଳକ ସାଥି ହୋଇ ଖେଳୁଥିବା ବେଳେ ବଣରେ କୋଳି ତୋଳି ଖାଇଥିଲେ। ସମସ୍ତେ ଘରକୁ ଫେରିବା ପରେ ବାନ୍ତି କରବା ସହ ମୁଣ୍ଡ ବୁଲାଉଥିବା କହିଥିଲେ। ପରିବାର ଲୋକେ ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।