ମୋଦୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍‌

ମୋଦୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍‌

ନୂଆଦିଲ୍ଲୀ: ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀଙ୍କ ବାସଭବନ ଉପରେ ଗୋଟାଏ ଡ୍ରୋନ୍‌ ଉଡ଼ିଥିବା ବିଷୟରେ ସୂଚନା ପାଇଥିବା କଥା ଦିଲ୍ଲୀ ପୁଲିସ କହିଛି ।ଭୋର୍‌ ପ୍ରାୟ ୫ଟା ବେଳେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ‘ସ୍ପେସାଲ୍‌ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌’ର  (ଏସ୍‌ପିଜି) ଅଫିସର୍‌ମାନେ ଡ୍ରୋନ୍‌ ଦେଖିଥିବା କଥା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ଅନୁସାରେ, ଦିଲ୍ଲୀ ପୁଲିସ ଉକ୍ତ ଡ୍ରୋନ୍‌କୁ ଠାବ କରିବା ଲାଗି ଅଦେଶ ଜାରି କରି ଅନୁସନ୍ଧାନ ଆରମ୍ଭ କରିଛି। କିନ୍ତୁ, ଏଯାବତ୍‌ ସେଭଳି କୌଣସି ଡ୍ରୋନ୍‌ର ପତ୍ତା ମିଳିନାହିଁ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରୀୟ ଦିଲ୍ଲୀର ‘ଭିଭିଆଇପି’ ଜୋନ୍‌ ୭ ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଞ୍ଚଳ ‘ରେଡ୍‌ ନୋ-ଫ୍ଲାଏ ଜୋନ’ ଏବଂ ‘ନୋ ଡ୍ରୋନ୍‌ ଜୋନ୍‌’ ହୋଇଥିବାରୁ ସେ ବାଟ ଦେଇ କୌଣସି ବିମାନ କି, ଡ୍ରୋନ୍‌ ଉଡ଼ାଣ କରେନାହିଁ।