ଆଜି ବିଜେଡି ଓ ବିଜେପି ସରକାର ପରିବର୍ତ୍ତନ କରିବାକୁ ଯୋଜନା ହେବ:ଶରତ ପଟ୍ଟନାୟକ
ଭୁବନେଶ୍ୱର: ଶୁକ୍ରବାର ଟଙ୍କପାଣି ରୋଡରେ ଥିବା ଗ୍ରାଣ୍ଡ କନଭେନସନ୍ ସେଣ୍ଟରରେ ମିଳିତ ବିରୋଧୀ ଦଳ ବା ଇଣ୍ଡିଆ ପକ୍ଷରୁ ରାଜନୈତିକ ସମ୍ମିଳନୀ କରାଯିବ । ଏଥିରେ ୧୭ଟି ରାଜନୈତିକ ଦଳର ହଜାରେରୁ ଅଧିକ ନେତା ଯୋଗଦେବେ । ଏହି ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି । ଏହି ବୈଠକରେ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ପରିବର୍ତ୍ତନ କରିବାକୁ ଯୋଜନା ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସେହିପରି ଆଗାମୀ ଦିନରେ ମିଳିତ ମଞ୍ଚ ସାରା ରାଜ୍ୟରେ ଆନ୍ଦୋଳନ କରିବ । ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଜୋରଦାର୍ ଲଢ଼େଇ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶୁକ୍ରବାର ବୈଠକରେ କଂଗ୍ରେସ, ସିପିଆଇ(ଏମ), ସମୃଦ୍ଧ ଓଡ଼ିଶା, ସମାଜବାଦୀ ପାର୍ଟି, ଆରଜେଡ଼ି, ସିପିଆଇ, ସିପିଆଇଏମ୍ଏଲ, ଏନ୍ସିପି, ଫରୱାର୍ଡ ବ୍ଲକ୍, ସମତାକ୍ରାନ୍ତି, ସିପିଆଇ ରେଡ୍ଷ୍ଟାର୍, ଆର୍ପିଆଇ, ଟିଏମ୍ସି, ଆପ୍, ଜେଏମଏମ୍ ପ୍ରମୁଖ ଦଳର ନେତାମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେବେ । ଏହି ଅବସରରେ ନେତାମାନେ ଦାଦନ ପ୍ରସଙ୍ଗ, ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, କୃଷକର ଅର୍ଥନୈତିକ ସ୍ଥିତି ପ୍ରସଙ୍ଗରେ କିଭଳି ସରକାରଙ୍କୁ ଘେରାଯିବ ସେ ବାବଦରେ କହିବେ ବୋଲି ସୂଚନା ମିଳିଛ।




admin 