ମହାନଦୀରେ ଭାସିଗଲେ ଦୁଇ ଛାତ୍ର
ବାରଙ୍ଗ: ସେଲ୍ଫି ହେଲା କାଳ। ମହାନଦୀରେ ଭାସିଗଲେ ଦୁଇ ଛାତ୍ର। ସ୍ଥାନୀୟ ମହାନଦୀ କୂଳରେ ଥିବା ସିଦ୍ଧେଶ୍ୱର ମନ୍ଦିର ନିକଟରେ ଘଟିଛି ଅଘଟଣ। ଷ୍ଟୁଆର୍ଟ ସ୍କୁଲ୍ ର ଯୁକ୍ତ ଦୁଇ ଛାତ୍ର ମହାନଦୀରେ ଭାସି ଯାଇଥିବା ଜଣା ପଡ଼ିଛି।
୮ ଜଣ ଛାତ୍ର ସ୍କୁଲ ଯିବା ବଦଳରେ ନରାଜ ନିକଟରେ ଥିବା ସିଦ୍ଧେଶ୍ୱର ମନ୍ଦିରକୁ ଆସିଥିଲେ। ସେଠାରେ ଦୁଇଜଣ ଛାତ୍ର ଅଟକି ରହିଥିବା ବେଳେ ଅନ୍ୟମାନେ ଖାଇବା ଆଣିବା ପାଇଁ ଆସିଥିଲେ। କିନ୍ତୁ କିଛି ସମୟ ପରେ ୬ଜଣ ଫେରିବା ବେଳକୁ ଦୁଇ ଜଣ ଛାତ୍ରଙ୍କୁ ପାଇ ନଥିଲେ। ଚାରିଆଡେ ଖୋଜାଖୋଜି କରିବା ସମୟରେ ତାଙ୍କର ଚପଲ ଏବଂ ସ୍କୁଲ ବ୍ୟାଗ୍ ପଡିଥିବା ଦେଖି ବାକୁ ପାଇଥିଲେ। ପରେ ଭାସି ଯାଇଥିବା ଜାଣି ଫାୟାର ବ୍ରିଗେଡ କୁ କଲ୍ କରିଥିଲେ। ଘଟଣା ସ୍ଥଳରେ ପୁଲିସ୍ ଏବଂ ବାରଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ମହାନଦୀରେ ଖୋଜାଖୋଜି ଆରମ୍ଭ କରିଛନ୍ତି।




admin 