ଜାଣନ୍ତୁ, ଶରୀର ପାଇଁ କେତେ ଉପକାରୀ ଆଖୁରସ ?

ଜାଣନ୍ତୁ, ଶରୀର ପାଇଁ କେତେ ଉପକାରୀ ଆଖୁରସ ?

ଭୁବନେଶ୍ୱର: ଆହୁରି ୪ଦିନ ଲାଗିରହିବ ତାତି । ରାଜ୍ୟବାସୀଙ୍କୁ ନୟାନ୍ତ କରିଦେଲାଣି ଗ୍ରୀଷ୍ମ ପ୍ରବାହ । ଏତେ ମାତ୍ରାରେ ତାପମାତ୍ରା ବଢ଼ିବାରେ ଲାଗିଛି ଯେ ସକାଳୁ ବାହାରକୁ ବାହାରିବା କଷ୍ଟକର ପାଠ ହୋଇପଡ଼ିଛି । କିନ୍ତୁ ନିତିଦିନିଆ କାର୍ଯ୍ୟକଳାପ ପାଇଁ ତ’ ବାହାରକୁ ଯିବାକୁ ପଡ଼ିବ । ତେଣୁ ସାଙ୍ଗରେ ପାଣିବୋତଲ, ଛତା, ଓଦା ଗାମୁଛା ନେଇ ଯିବା ଉଚିତ୍‌ ।

ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରୁ ତଣ୍ଟି ଶୁଖିଗଲେ, ସେଥିରୁ ରକ୍ଷା ପାଇବା ପାଇଁ ଅନେକେ ବଜାରରେ ମିଳୁଥିବା କୋଲ୍ଡ ଡ୍ରିଙ୍କ୍ସ ପିଇଥାନ୍ତି। କିନ୍ତୁ ଏହା ପାଟିକୁ ସ୍ବାଦ ଲାଗୁଥିଲେ ହେଁ ଶରୀର ପାଇଁ ଆଦୌ ଉପକାରୀ ହୋଇ ନଥାଏ। ତେଣୁ ଏଭଳି କ୍ଷେତ୍ରରେ ଶରୀରକୁ କୁଲ୍‌ ଫିଲିଙ୍ଗ୍ସ ଦେବା ପାଇଁ ଆମେ ଚାହିଁଲେ ବଜାରରେ ମିଳୁଥିବା ଆଖୁ ରସକୁ ବି ଆରାମରେ ପିଇପାରିବା। ଏହା ପାଟିକୁ ଯେମିତି ସ୍ବାଦ ଲାଗେ ଶରୀର ପାଇଁ ସେମିତି ଉପକାରୀ ମଧ୍ୟ ହୋଇଥାଏ। କାରଣ ଆଖୁରେ ଭରି ରହିଥିବା ପୋଟାସିୟମ୍‌ ପାଚନ କ୍ରିୟାକୁ ସକ୍ରିୟ କରିବା ସଙ୍ଗେ ସଙ୍ଗେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତା’ଛଡ଼ା ପେଟରେ ହେଉଥିବା ବିଭିନ୍ନ ପ୍ରକାର ସଂକ୍ରମଣରୁ ବି ଏହା ରକ୍ଷା କରିଥାଏ। ଖାସ୍‌କରି ଖରାଦିନେ ଗୋଟେ ଗ୍ଲାସ୍‌ ଆଖୁ ରସ ପିଇଦେଲେ ପେଟ ଥଣ୍ଡା ରହିବା ସହ ଶରୀରକୁ ଫୂର୍ତ୍ତି ଅନୁଭବ ହୋଇଥାଏ। ତ୍ୱଚାରେ ଚମକ ଆଣିବା ସହ ହୃଦ୍‌ ସମସ୍ୟାରୁ ମୁକ୍ତି ଦେବାରେ ବି ଏହା ବେଶ୍‌ ଉପକାରୀ ହୁଏ।