ଛାତିଥରା ଟ୍ରେନ୍ ଟ୍ରାଜେଡ଼ି; ବଢ଼ିଚାଲିଛି ମୃତ୍ୟୁସଂଖ୍ୟା
ସୋର : ବାହାନଗା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି। ଦୁର୍ଘଟଣାରେ ୯୦୦ରୁ ଉର୍ଦ୍ଧ୍ଵ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଟ୍ରେନ୍ ଦୁର୍ଘଟଣା ନେଇ ଓଡ଼ିଶା ଓ ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯିବ। ୨ ରାଜ୍ୟରେ କୌଣସି ସରକାରୀ ଉତ୍ସବ ହେବ ନାହିଁ। ଏନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୂଚନାନୁଯାୟୀ, ବାଲେଶ୍ଵର ଡାକ୍ତରଖାନାରେ ୨୦୦ରୁ ଅଧିକ ଆହତ ଚିକିତ୍ସାଧୀନ ଅଛନ୍ତି। ଅପର ପକ୍ଷରେ ଦୁର୍ଘଟଣାସ୍ଥଳରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାକୁ ଅତ୍ୟନ୍ତ ହୃଦୟବିଦାରକ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଉଦ୍ଧାର କାର୍ୟ୍ୟକୁ ଗୁରୁତ୍ଵ ଦିଆଯାଉଛି। ଆହତ ଯାତ୍ରୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ପ୍ରୟାସ କରାଯାଉଛି। ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ। ରେଲ୍ ସେଫ୍ଟି କମିଶନ ଘଟଣାସ୍ଥଳକୁ ଯାଇ ଯାଞ୍ଚ୍ କରିବ। ଦୁର୍ଘଟଣାର ମୂଳ କାରଣ ଖୋଜାଯିବ। ଉଦ୍ଧାର କାର୍ୟ୍ୟ ଶୀଘ୍ର ସାରି ରେଳ ଚଳାଚଳ ସ୍ଵାଭାବିକ କରାଯିବ।




admin 