ରେଳ ଦୁର୍ଘଟଣା; ଆରମ୍ଭ ହେଲା ଷ୍ଟେସନର ପୁନଃସ୍ଥାପନ କାର୍ୟ୍ୟ

ରେଳ ଦୁର୍ଘଟଣା; ଆରମ୍ଭ ହେଲା ଷ୍ଟେସନର ପୁନଃସ୍ଥାପନ କାର୍ୟ୍ୟ

ଭୁବନେଶ୍ୱର: ବାହାନଗା ରେଳ ଷ୍ଟେସନର ପୁନଃସ୍ଥାପନ କାର୍ୟ୍ୟ ଆରମ୍ଭ ହୋଇଛି । ଟ୍ରାକରୁ ୨୧ଟି ବଗିକୁ ହଟାଇ ଦିଆଯାଇଛି । ରାତି ସାରା ଉଦ୍ଧାର କାର୍ୟ୍ୟ ଜାରି ରଖି ଶେଷରେ ୨୧ଟି ବଗିକୁ ରେସକ୍ୟୁ ଟିମ୍ ଟ୍ରାକରୁ ହଟାଇଛନ୍ତି । ଆଗକୁ ମାଲବାହୀ ଟ୍ରେନ୍‌ର ୩ଟି ୱାଗନ୍‌ ଓ ଇଞ୍ଜିନକୁ ଟ୍ରାକ୍‌ରୁ ହଟାଯିବ । ଏବେ ଟ୍ରାକ୍ ମରାମତି କାର୍ୟ୍ୟ ଜାରି ରହିଥିବା ବେଳେ ବିଦ୍ୟୁତ୍ ମରାମତି କାର୍ୟ୍ୟ ମଧ୍ୟ ଚାଲୁରହିଛି । ଏଥିସହ ସାଇଟ୍‌ରେ ସଫେଇ କାର୍ୟ୍ୟ ମଧ୍ୟ ଜାରି ରହିଛି । ଟ୍ରାକରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଛି ।