ମହିଳା ଟ୍ବେଣ୍ଟି-୨୦: ଗୁରୁବାର ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

woman t-20

ମହିଳା ଟ୍ବେଣ୍ଟି-୨୦: ଗୁରୁବାର ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

କେପ୍‌ଟାଉନ୍‌: ଚଳିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲା ଗତଥରର ଦୁଇ ଫାଇନାଲିଷ୍ଟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଗ୍ରୁପ୍‌-୧ରେ ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆ ସମସ୍ତ ମ୍ୟାଚ୍‌ ଜିତି ସେମିଫାଇନାଲରେ ପହଞ୍ଚିଥିଲା। ସୋମବାର ଅନ୍ତିମ ମ୍ୟାଚ୍‌ରେ ଆୟରଲାଣ୍ଡକୁ ହରାଇ ୬ ପଏଣ୍ଟ ସହ ଭାରତ ଗ୍ରୁପ୍‌-୨ର ୨ୟ ସ୍ଥାନରେ ରହିଛି। ଗୁରୁବାର ଉଭୟ ଦଳ ପ୍ରଥମ ସେମିଫାଇନାଲ ଖେଳିବେ। କ୍ରମାଗତ ୩ୟ ଏବଂ ମୋଟ ୫ ଥର ସେମିରେ ପହଞ୍ଚିଥିବା ଭାରତ ଗତ ସଂସ୍କରଣର ଫାଇନାଲରେ ୫ ଥର ଚମ୍ପିଆନ୍‌ ଅଷ୍ଟ୍ରେଲିଆଠାରୁ ହାରି ରନର୍ସଅପ୍ ହୋଇଥିଲା। ଅନ୍ୟପକ୍ଷରେ ଗ୍ରୁପ୍‌-୨ରେ ଇଂଲଣ୍ଡ ମଧ୍ୟ ୪ଟିଯାକ ମ୍ୟାଚ୍‌ ଜିତି ସେମିଫାଇନାଲରେ ପହଞ୍ଚିଛି। ମଙ୍ଗଳବାର ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ବଡ଼ ବ୍ୟବଧାନରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍‌-୧ର ୨ୟ ଦଳ ବିପକ୍ଷରେ ଶୁକ୍ରବାର ଇଂଲଣ୍ଡ ୨ୟ ସେମିଫାଇନାଲ ଖେଳିବ। ମଙ୍ଗଳବାର ଲିଗ୍‌ ପର୍ୟ୍ୟାୟର ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତକଲେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଖେଳିବ। ଯଦି ଦକ୍ଷିଣ ଆଫ୍ରିକା ପରାସ୍ତହୁଏ; ତେବେ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବ। ତଥାପି ଦକ୍ଷିଣ ଆଫ୍ରିକାର ସେମିଫାଇନାଲ ଖେଳିବା ସମ୍ଭାବନା ଅଧିକ।