ଅକ୍ଟୋବର ୩୦ରେ ୩ ଲୋକସଭା, ୩୦ ବିଧାନସଭା ଉପନିର୍ବାଚନ

ଅକ୍ଟୋବର ୩୦ରେ ୩ ଲୋକସଭା, ୩୦ ବିଧାନସଭା ଉପନିର୍ବାଚନ

ଅକ୍ଟୋବର ୩୦ରେ ୩ ଲୋକସଭା, ୩୦ ବିଧାନସଭା ଉପନିର୍ବାଚନ

 ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଥିବା ୩ଟି ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଅକ୍ଟୋବର ୩୦ ତାରିଖରେ ଉପନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିସନ୍ ନୋଟିସ୍ ଜାରି କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକରେ ଲୋକସଭା ଆସନ ଖାଲି ପଡ଼ିଛି ସେଥି ମଧ୍ୟରେ ଦାଦ୍ରା ଓ ନଗର ହାବେଳି , ମଧ୍ୟପ୍ରଦେଶର ଖାଣ୍ଡୱା ଏବଂ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ରହିଛି। ଏଥିସହିତ ୧୪ଟି ରାଜ୍ୟର ୩୦ଟି ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ହେବ। ନିର୍ବାଚନ କମିସନ୍ କହିଛନ୍ତି, ମହାମାରୀ, ବନ୍ୟା, ପର୍ବପର୍ବାଣି ଏବଂ କେତେକ ଅଞ୍ଚଳରେ ଜଳସ୍ଥିତି ସ୍ଥିତି ନେଇ ମିଳିଥିବା ରିପୋର୍ଟର ସମୀକ୍ଷା କରାଯାଇଛି। ସମସ୍ତ ତଥ୍ୟ ଓ ପରିସ୍ଥିତି ଉପରେ ଆଲୋଚନା ପରେ ୩ ଲୋକସଭା ଆସନରେ ଉପନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି।