ଅଟୋ ଉପରେ ଚଢ଼ିଗଲା ଟ୍ରକ୍‌, ୩ ମୃତ

ଅଟୋ ଉପରେ ଚଢ଼ିଗଲା ଟ୍ରକ୍‌, ୩ ମୃତ

ଅଟୋ ଉପରେ ଚଢ଼ିଗଲା ଟ୍ରକ୍‌, ୩ ମୃତ

କୋରାପୁଟ: ଅଟୋ ଉପରେ ମାଡ଼ିଗଲା ଟ୍ରକ୍। ଅଟୋରେ ବସିଥିବା ୩ ଜଣଙ୍କ ଘଟଣାସ୍ଥଳରେ ମୃତ ହୋଇଥିଲା ବେଳେ ୯ ଆହତ ହୋଇଛନ୍ତି। ଯାହା ମଧ୍ୟରୁ ୫ ଜଣ ଗୁରୁତର ରହିଛନ୍ତି। ମୃତାହତଙ୍କ ପରିଚୟ ମିଳିପାରିନି। ସଦର ଥାନା ଦୟାନିଧିଗୁଡ଼ା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ସମସ୍ତ ଶ୍ରମିକମାନ କୋରାପୁଟର ନିକଟସ୍ଥ ମୂଷାଗୁଡ଼ାକୁ ଆସୁଥିଲେ। ଦୁର୍ଘଟଣା ପରେ ୨ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକସ୍ଥ ଡାକ୍ତରଖାନାକୁ ନେଇଥିଲା। ଭାରସାମ୍ୟ ହରାଇ ଟ୍ରକ ଏହି ଅଟୋକୁ ଧକ୍କା ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଲାଇଛି। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ସ୍ଥାନଟି ସମ୍ପୂର୍ଣ୍ଣ ରକ୍ତରଞ୍ଜିତ ହୋଇଯାଇଥିଲା।ଦୁର୍ଘଟଣା ଘଟାଇ ଟ୍ରକ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପ୍ରତ୍ୟେକ୍ଷଦର୍ଶୀ ଜଣେ ବ୍ୟକ୍ତି ବାଇକରେ ଫଲୋ କରି ଡ୍ରାଇଭରକୁ ଅଟକାଇଥିଲା।