ଅଟୋକୁ ଧକ୍କା ଦେଲା ଟ୍ରକ୍‌, ୪ ଗୁରୁତର

ଅଟୋକୁ ଧକ୍କା ଦେଲା ଟ୍ରକ୍‌, ୪ ଗୁରୁତର

ଅଟୋକୁ ଧକ୍କା ଦେଲା ଟ୍ରକ୍‌, ୪ ଗୁରୁତର


ସୋର: କୁପାରି ରାସ୍ତା ସରଶଙ୍ଖ ଠାରେ ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରସିଦପୁର ରାଇପୁର ଗାଁର ଲିପୁ ଦାସ, ଦିପୁ ଦାସ, ଅକ୍ଷୟ ଦାସ ଓ ରାଜେଶ ଦାସ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସୋରୋରୁ ଏକ ଅଟୋ ଯୋଗେ ରାଇପୁର ଫେରୁଥିବା ବେଳେ ଅଟୋକୁ ଧକ୍କା ଦେଇଥିଲା ଟ୍ରକ୍‌ ।

ସେମାନଙ୍କ ମଧ୍ୟରୁ ରାଜେଶ ଅତିଗୁରୁତର ହୋଇ ପଡ଼ିଛନ୍ତି କ୍ଷ ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଅଳ୍ପକେ ଅଟୋ ଡ୍ରାଇଭର ବର୍ତ୍ତି ଯାଇଛନ୍ତି । ସମସ୍ତ ଗୁରୁତରଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।