ଅତ୍ୟାଧୁନିକ ହେବ ଓଡ଼ିଶା ବିଧାନସଭା : ବାଚସ୍ପତି
ଅତ୍ୟାଧୁନିକ ହେବ ଓଡ଼ିଶା ବିଧାନସଭା : ବାଚସ୍ପତି
admin
Oct 16, 2019 - 08:33
Updated: Oct 16, 2019 - 08:33
ଭୁବନେଶ୍ବର: ଓଡ଼ିଶା ବିଧାନସଭା ହେବ ଭାରତର ସବୁଠାରୁ ଆଧୁନିକ ବିଧାନସଭା ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଓଡ଼ିଶା ବିଧାନସଭାକୁ ଅତ୍ୟାଧୁନିକ କରିବାଲାଗି ସମସ୍ତ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିଲାଗି ୪୦୦ କୋଟି ଟଙ୍କା ବ୍ୟୟ କରାଯିବ।
ରାଜଧାନୀରେ ଏମଏଲଏ କଲୋନିର ରୂପରେଖ ବଦଳିବ। ୭ ମହଲା କୋଠାରେ ୧୪୦ଜଣ ବିଧାୟକଙ୍କ ରହିବାଲାଗି ପାଇଁ ସ୍ବତନ୍ତ୍ର ସରକାରୀ ଘର ତିଆରି ହେବ। ଏଥିରେ ମର୍ଣ୍ଣିଂ ୱାକ୍ ପାଇଁ ସୁବିଧା ରହିବ। ତା’ସାଙ୍ଗକୁ କଲ୍ୟାଣ ମଣ୍ଡପ ବି ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏଥିପାଇଁ ଏମଏଲଏ କଲୋନିର କିଛି ଅଂଶ ମଧ୍ୟ ଭଙ୍ଗାଯିବ ବୋଲି ସେ କହିଛନ୍ତି। ଏହା ବାବଦରେ ୪୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମଧ୍ୟ କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର।ଏହି ଯୋଜନାକୁ ଖୁବ ଶୀଘ୍ର କାର୍ଯ୍ୟ କାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।