ଅଧିନାୟକ ଭାବେ ନିଯୁକ୍ତି ପରେ ଏମିତି କହିଲେ ରୋହିତ

ଅଧିନାୟକ ଭାବେ ନିଯୁକ୍ତି ପରେ ଏମିତି କହିଲେ ରୋହିତ

ଅଧିନାୟକ ଭାବେ ନିଯୁକ୍ତି ପରେ ଏମିତି କହିଲେ ରୋହିତ

ମୁମ୍ବାଇ: ବିରାଟ କୋହଲିଙ୍କ ବଦଳରେ ରୋହିତ ଶର୍ମାଙ୍କ ଉପରେ ଭରସା କରିଛି ବିସିସିଆଇ। ଉଭୟ ଦିନିକିଆ ଓ ଟି-୨୦ ଟିମ୍ର ଅଧିନାୟକ ପଦ ମିଳିଛି। ଅଧିନାୟକ ପଦ ମିଳିବା ପରେ ରୋହିତ ଶର୍ମା ଗଣମାଧ୍ୟମକୁ କହିଛନ୍ତି, ଟିମର ସ୍ୱାର୍ଥ ଦୃଷ୍ଟିରୁ ଉଚିତ ସମୟରେ ଠିକ୍ ଖେଳାଳିଙ୍କୁ ଚୟନ କରିବା ହିଁ କ୍ୟାପ୍ଟେନର ପ୍ରମୁଖ କାମ। ଟିମ୍ର କମ୍ବିନେସନ ଉପରେ ସବୁବେଳେ ଜଣେ କ୍ୟାପ୍ଟେନର ନଜର ରହିଥାଏ। ଏହାବାଦ କିଛି ରଣନୀତି ବିଷୟରେ ମଧ୍ୟ କାମ କରିବାକୁ ପଡ଼ିଥାଏ। ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ତ ୫ଥର ଟ୍ରଫି ଜିତିଛି। ଏହି କାରଣ ପାଇଁ ବିସିସିଆଇ ତାଙ୍କୁ ଟିମ ଇଣ୍ଡିଆର ସୀମିତ ଓଭର କ୍ୟାପ୍ଟେନ କରିଛି। ରୋହିତ କହିଛନ୍ତି, “ପ୍ରଦର୍ଶନର ସମୟ ଆସିଲେ କ୍ୟାପ୍ଟେନ ଦଳର ସବୁ ଖେଳାଳିଙ୍କ ତୁଳନାରେ ଆଗରେ ରହିବା ଦରକାର। କ୍ୟାପ୍ଟେନର ପ୍ରଦର୍ଶନ ଭଲ ରହିଲେ, ଏହାର ପ୍ରଭାବ ବାକି ଖେଳାଳିଙ୍କ ଉପରେ ମଧ୍ୟ ପଡ଼ିଥାଏ।

ପ୍ରଦର୍ଶନକୁ ଛାଡ଼ି ଦେଲେ ବାକି ସବୁ କଥାରେ କ୍ୟାପ୍ଟେନ ପଛରେ ରହିବା ଉଚିତ। କାରଣ ପଛରେ ଛିଡ଼ା ହେଲେ କ୍ୟାପ୍ଟେନ ଜଣଙ୍କ ସବୁ କିଛି ଦେଖିପାରିବ। ଏଥିସହ ସମସ୍ତଙ୍କୁ ଏକାଠି କରି ଆଗକୁ ନେଇପାରିବ। ଦଳର ପ୍ରତି ସମସ୍ତ ସଦସ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଶେଷ ବ୍ୟକ୍ତି ଭାବେ କ୍ୟାପ୍ଟେନ ଛିଡ଼ା ହୋଇଥିବାରୁ ସମସ୍ତଙ୍କ ଆତ୍ମବଳ ବଢ଼ିପାରିବ। ରୋହିତଙ୍କ ୩୨ ଥର ଭାରତର ନେତୃତ୍ୱ ନେଇଥିଲେ। ଏହି ୩୨ ମ୍ୟାଚ୍ରୁ ଟିମ୍ ଇଣ୍ଡିଆ ୨୬ଟିରେ ଜିତିଛି। ରୋହିତଙ୍କ କ୍ୟାପ୍ଟେନଶିପ୍ରେ ଭାରତ ନିଦାଶ ଟ୍ରଫି ଓ ୨୦୧୮ ଏସିଆ କପ ମଧ୍ୟ ଜିତିଥିଲା

ଆସନ୍ତାବର୍ଷ ଭାରତ ତା’ର ଦିନିକିଆ ଅଭିଯାନ ଦକ୍ଷିଣ ଆଫ୍ରିକା ସିରିଜ୍ରୁ ଆରମ୍ଭ କରିବ। ଏହି ସମୟରେ ହିଁ ରୋହିତଙ୍କ ଅଧିନାୟକ କ୍ୟାରିୟର ଆରମ୍ଭ ହେବ।