ଅନ୍ତର୍ଜାତୀକ ଜାତି ସଂଘ ଶାନ୍ତିସ୍ଥାପକ ବାହିନୀ ଦିବସ

ଅନ୍ତର୍ଜାତୀକ ଜାତି ସଂଘ ଶାନ୍ତିସ୍ଥାପକ ବାହିନୀ ଦିବସ

ଅନ୍ତର୍ଜାତୀକ ଜାତି ସଂଘ ଶାନ୍ତିସ୍ଥାପକ ବାହିନୀ  ଦିବସ
୨୦୦୩ରୁ ପ୍ରତି ବର୍ଷ ମେ ୨୯ରେ ବିଶ୍ୱ ସ୍ତରରେ ପାଳିତ ହେଉଛି ଅନ୍ତର୍ଜାତୀୟ ଜାତି ସଂଘ ଶାନ୍ତିସ୍ଥାପକ ବାହିନୀ ଦିବସ; ଇଂରେଜୀରେ ଇନଟରନେସନାଲ ଡେ ଅଫ ୟୁନାଇଟେଡ ନେସନସ ପିସକିପର୍ସ । ଅନ୍ୟ ଦେଶରେ ଶାନ୍ତି ରକ୍ଷା ପାଇଁ କାର୍ଯ୍ୟ କରୁଥିବା ବେଳେ ପ୍ରାଣହରାଉଥିବା ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା , ଏହି ଦିବସ ପାଳନ ଲକ୍ଷ୍ୟ । ଏହି ଦିବସ ପାଳନ ପାଇଁ ପ୍ରଥମେ ୟୁକ୍ରେନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ୧୯୪୮ର ଅରବ-ଇଜ୍ରାଏଲୀ ଯୁଦ୍ଧ ଅସ୍ତ୍ର-ବିରତି ପରେ ମେ ଏହି ଦିନରେ ବିଶ୍ୱର ପ୍ରଥମ ଶାନ୍ତିସ୍ଥାପକ ବାହିନୀ- ଜାତି ସଂଘ ସନ୍ଧି ନିରୀକ୍ଷଣ ସଂସ୍ଥା ଗଠନ କରାଯାଇଥିଲା । ସଂପ୍ରତି ବିଶ୍ୱର ବିଭିନ୍ନ ଅଂଚଳରେ ୧୧୧,୫୧୨ ଶାନ୍ତିସ୍ଥାପକ ବା ଶାନ୍ତିରକ୍ଷକ କାର୍ଯ୍ୟ କରୁଛନ୍ତି; ସେମାନଙ୍କ ମଧ୍ୟରୁ ୯୦, ୯୦୫ ଜଣ ୟୁନିଫର୍ମଧାରୀ । ନୀଳ ରଙ୍ଗର ହେଲମେଟ ଶାନ୍ତିରକ୍ଷକଙ୍କ ପ୍ରତୀକ । ସଂପ୍ରତି ଏହାର ବାର୍ଷିକ ବ୍ୟୟ ପ୍ରାୟ ୬୭୦ କୋଟି ଡଲାର ।