ଅପରାଜିତାଙ୍କ ନାମରେ ପୁଣି ଏତଲା, କାହିଁକି ଜାଣନ୍ତୁ

ଅପରାଜିତାଙ୍କ ନାମରେ ପୁଣି ଏତଲା, କାହିଁକି ଜାଣନ୍ତୁ

ଅପରାଜିତାଙ୍କ ନାମରେ ପୁଣି ଏତଲା, କାହିଁକି ଜାଣନ୍ତୁ
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ନେଇ ଭକ୍ତିଭାବମୟ ପରିବେଶ ଥିଲା । ମାତ୍ର ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ମୁରୁଜରେ ହୋଇଥିବା ତିନି ଠାକୁରଙ୍କ ପ୍ରତିମା ଉପରେ ପାଦ ଥାପିଥିବା ଅଭିଯୋଗ କରି ବାରିପଦା ଟାଉନ ଥାନାରେ ଏତଲା ଦେଇଛନ୍ତି ସମାଜସେବୀ ଅରୁଣ କୁମାର ବେହେରା । ଏ ନେଇ ଉପସ୍ଥିତ ଜନସାଧାରଣ ବିରୋଧ କରିବାରୁ ସାଂସଦ ଫେରି ଯାଇଥିଲେ । ମାତ୍ର କୌଣସି ଦୁଃଖ ପ୍ରକାଶ କରିନଥିଲେ କିମ୍ବା କୌଣସି ଅନୁଶୋଚନା ଦେଖାଇ ନଥିବା ଅରୁଣ ଅଭିଯୋଗ କରିଛନ୍ତି । ଏ ନେଇ ବିଜେପି ନେତ୍ରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ସେହିପରି ଏହି ଘଟଶାକୁ ନେଇ ସେବାୟତ ମହାସଂଘର ସଭାପତି କାମେଶ୍ୱର ତି୍ରପାଠୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ଦେଇଛନ୍ତି ।