ଅଫର ମିଳିଲେ ରାଜନୀତି କରିବି:ଦୂତି

ଅଫର ମିଳିଲେ ରାଜନୀତି କରିବି:ଦୂତି

ଅଫର ମିଳିଲେ ରାଜନୀତି କରିବି:ଦୂତି
ଭୁବନେଶ୍ୱର : ଟ୍ରାକରେ ସୁନା ରୂପ ପଦକ ଗଣୁଥିବା ଧାବିକା ଦୂତୀ ଚାନ୍ଦ ରାଜନୀତିକ ଟ୍ରାକକୁ ମଧ୍ୟ ଓହ୍ଲାଇବାକୁ ଲକ୍ଷ୍ୟ କରିଛନ୍ତି । ରାଜନୀତି ପାଇଁ ତାଙ୍କର ଆଗ୍ରହ ଥିବାବେଳେ ଯଦି କୌଣସି ଦଳ ଅଫର ଦେବ ତେବେ ସେ ବିଚାର କରିବେ ବୋଲି କହିଛନ୍ତି ଦୂତି । ଦୂତି କହିଛନ୍ତିଯେ, ସେ ପିଲାବେଳୁ ରାଜନୀତି କରିବା ପାଇଁ ଚାହୁଁଥିଲେ । ତାଙ୍କ ପରିବାର ମଧ୍ୟ ତୃଣମୂଳସ୍ତରର ରାଜନୀତି ସହ ଜଡ଼ିତ ରହିଛି । ତାଙ୍କ ମା ମଧ୍ୟ ସରଂପଚ ଥିଲେ ବୋଲି ଦୂତି ପ୍ରକାଶ କରିଛନ୍ତି । ଯୁବପୀଢ଼ି ରାଜନୀତିକୁ ନ ଆସିଲେ ଦେଶ ଆଗେଇବ କେମିିତ ବୋଲି ସେ କହିବା ସହ ଅଧିକ ବୟସରେ ରାଜନୀତିକୁ ଗଲେ କ’ଣ ଲାଭ ବୋଲି ପ୍ରଶ୍ନ କରିଛନ୍ତି । ଏବେ ସେ ଖେଳୁଛନ୍ତି । ଯଦି କୌଣସି ଦଳ ପକ୍ଷରୁ ଅଫର ଆସେ ତାହେଲେ ସେ ରାଜନୀତିରେ ଯୋଗଦେବେ । ଖେଳ ସହ ରାଜନୀତିକୁ ଏକାଠି ଚଳାଇପାରିଲେ ସେ ରାଜନୀତିରେ ଯୋଗଦେବେ । ନଚେତ ଖେଳ ଛାଡ଼ିବା ପରେ ରାଜନୀତିକୁ ଆସିବେ ବୋଲି ସେ କହିଛନ୍ତି ।