ଅଭାବନୀୟ ଘଟଣା : ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅଭାବନୀୟ ଘଟଣା : ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ସୁନ୍ଦରଗଡ଼ :  ସୁନ୍ଦରଗଡ଼ ଟାଉନ୍‌ ଥାନା ସେପ୍ତିବାହାଲରେ ଅଭାବନୀୟ ଘଟଣା । ଘର ଭିତରୁ ଦୁଇ ଜଣ ଶ୍ରମିକଙ୍କ ମୃତଦେହ ଠାବ ହୋଇଛି । ଟାଉନ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଟାଉନ୍‌ ଥାନା ସେପ୍ତିବାହାଲରେ ଏକ ଘର ଭିତରୁ ଦୁଇ ଜଣ ଶ୍ରମିକଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ଟାଉନ୍‌ ଥାନା ପୋଲିସକୁ ଖବର ଦେଇଥିଲେ । ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶ୍ରମିକଙ୍କ ମୃତଦେହକୁ ଜବତ କରିଛି ।ତେବେ ଶ୍ୱାସରୁଦ୍ଧ ଲାଗି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।  ଘର ଭିତରୁ ଧୁଆଁ ବାହାରୁଥିବାରୁ ଶ୍ୱାସରୁଦ୍ଧା ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।