ଅମାନିଆଙ୍କୁ ଧରିବ ସିସିଟିଭି

ଅମାନିଆଙ୍କୁ ଧରିବ ସିସିଟିଭି

ଅମାନିଆଙ୍କୁ ଧରିବ ସିସିଟିଭି
ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କୋଭିଡ ଅମାନିଆଙ୍କୁ ସାବାଡ୍ କରିବାକୁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି । ସିସିଟିଭି ଆଧାରରେ ଅମାନିଆଙ୍କ ଠାରୁ ପୋଲିସ ଫାଇନ୍ କାଟିବ । ନିୟମ ଉଲ୍ଲଘଂନ ହେଉଥିଲେ ସିସିଟିଭି ଆଧାରରେ ପୋଲିସ ସେଠାରେ ପହଂଚିବ । ନୂଆ ନିୟମ ଅନୁସାରେ ଫାଇନ କାଟିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।