ଅରୁଣାଚଳ ପ୍ରଦେଶରେ ଭୂ-କମ୍ପ ଝଟକା
ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଝଟକା । ପୈଙ୍ଗୀନର ଉତ୍ତରରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତିବ୍ରତା ୪.୦ ରେକର୍ଡ କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ଭୂମିକମ୍ପ ପରେ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ମୁତାବକ, ଶୁକ୍ରବାର ସକାଳ ପ୍ରାୟ ୮ଟା ୫୦ ମିନିଟରେ ଭୂମିକମ୍ପ ଝଟକା ଲାଗିଥିଲା । ଏହାର କେନ୍ଦ୍ରସ୍ଥଳି ପୈଙ୍ଗୀନ ଠାରୁ ୨୨୧ କିଲୋମିଟର ଦୂର ଓ ୧୦ କିଲୋମିଟର ଗଭୀରତାରେ ରହିଛି । ଚଳିତ ସପ୍ତାହରେ ଅରୁଣାଚଳ ପ୍ରଦେଶରେ ଏହା ଦ୍ବିତୀୟ ଭୂମିକମ୍ପ ଝଟକା । ଏହା ପୂର୍ବରୁ ୨୨ ଜୁଲାଇରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୩ ରେକର୍ଡ କରାଯାଇଛି ।




user1 