ଅସରପା ଦୂରେଇବାର ଉପାୟ ଜାଣନ୍ତୁ
ଅସରପା ଦୂରେଇବାର ଉପାୟ ଜାଣନ୍ତୁ
ସାଧାରଣତଃ ଘରର ଅନ୍ୟ କକ୍ଷ ତୁଳନାରେ ରୋଷେଇ ଘରେ ସବୁଠୁ ଅଧିକ ଅସରପା ହୋଇଥାନ୍ତି । ଆରମ୍ଭରୁ ଏମାନଙ୍କୁ ଦୂରେଇ ନ ଦେଲେ ପରେ ସଂଖ୍ୟା ବଢିଯାଇଥାଏ। ଅସରପା ଦୂରେଇଯିବାର କେତେକ ସହଜ ତଥା ସରଳ ଉପାୟମାନ ରହିଛି ।
ତେଜପତ୍ରର ସୁଗନ୍ଧରେ ଅସରପା ଦୂରେଇଯାଆନ୍ତି । ଯେଉଁ କୋଣରେ ଅସରପା ଦେଖାଯିବେ, ସେଠାରେ ଗୋଟିଏ ପ୍ଲେଟ୍ରେ ୨-୩ଟି ତେଜପତ୍ର ରଖିଦିଅନ୍ତୁ, ଦିନ କେଇଟାରେ ଅସରପା ଘରୁ ଦୂରେଇଯିବେ ।
ଗୋଟିଏ ପାତ୍ରରେ ସମପରିମାଣର ଚିନି ଓ ବେକିଂ ପାଉଡର ନିଅନ୍ତୁ । ତାହାକୁ ଭଲ ଭାବେ ମିଶାଇ ଅସରପା ଥିବା ସ୍ଥାନରେ କିମ୍ବା ଘରର ପ୍ରତିକୋଣରେ ଅଳ୍ପଅଳ୍ପ ପକାନ୍ତୁ । ଚିନି ର ସ୍ୱାଦରେ ଆକର୍ଷିତ ହେଲାପରେ ବେକିଂ ପାଉଡର୍ ର ଗନ୍ଧରେ ଅସରପା ସେହି ସ୍ଥାନ ଛାଡି ପଳାଇବେ । ଏହା ଏକ ସହଜ ପ୍ରକ୍ରିୟା ଅଟେ ।
ଲବଙ୍ଗର ଗନ୍ଧରେ ମଧ୍ୟ ଅସରପା ଦୂରେଇଯାଆନ୍ତି । ରୋଷେଇଘରର ବିଭିନ୍ନ ସ୍ଥାନରେ ଲବଙ୍ଗ ରଖିଲେ ଅସରପାରୁ ମୁକ୍ତି ମିଳିପାରିବ ।




admin 