ଆଜି ୪ଜିଲ୍ଲାରେ ନିଆଁ ବର୍ଷା
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା । ଆହୁରି ତିନି ଦିନ ଏମିତି ଛଟପଟ କରିବ ପ୍ରଚଣ୍ଡ ତାତି । ଆଜି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଜଳିବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ବି କିଛି ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି ।
ସେହିପରି ଆସନ୍ତାକାଲି ଜଳିବ ଓଡ଼ିଶା । ଆକାଶରୁ ନିଆଁ ବର୍ଷା ହେବା ଭଳି ତାତି ଅନୁଭୂତ ହେବ । ଝାରସୁଗୁଡ଼ା ତାତି ୪୪ ଡିଗ୍ରୀ ଛୁଇଁପାରେ । ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଥିଲା । ଗୋପାଳପୁରର ପାରା ମଧ୍ୟ ୩ ଦଶନ୍ଧିର ରେକର୍ଡକୁ ପଛରେ ପକାଇଛି । ୧୯୯୪ ଏପ୍ରିଲ ୧୨ରେ ଗୋପାଳପୁରରେ ଏପ୍ରିଲ ମାସର ସର୍ବୋଚ୍ଚ ତାପମାତ୍ରା ୩୭ ଦଶମିକ ୮ ଡିଗ୍ରୀ ରହିଥିଲା ।




admin 