ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ

ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ

ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ବସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧.୪୫ରେ ବସୁଥିବା ବୈଠକରେ କ୍ୟାବିନେଟ ଅନୁମୋଦନ ପାଇଁ ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ଆଇନ, ପୂର୍ତ୍ତ ଓ ରାଜସ୍ବ ବିଭାଗର ପ୍ରାୟ ୧୨ଟି ପ୍ରସ୍ତାବ ରହିଛି। ତେବେ ବରମୁଣ୍ଡା ବସଷ୍ଟାଣ୍ଡର ଆଧୁନିକୀକରଣ ହେବ। ୧୬୦ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯିବ। ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ। ଏହି ପ୍ରସ୍ତାବ ସମେତ ବିଭିନ୍ନ ବିଭାଗର ପ୍ରାୟ ୧୨ଟି ପ୍ରସ୍ତାବ ଗୁରୁବାର ବସୁଥିବା କ୍ୟାବିନେଟ ବୈଠକରେ ଆଲୋଚନା ପାଇଁ ରହିଛି।