ଆଜି ବିଜେପି ସଂସଦୀୟ ଦଳ ବୈଠକ

ଆଜି ବିଜେପି ସଂସଦୀୟ ଦଳ ବୈଠକ

ଆଜି ବିଜେପି ସଂସଦୀୟ ଦଳ ବୈଠକ
ନୂଆଦିଲ୍ଲୀ: ଐତିହାସିକ ବିଜୟ ହାସଲ ପରେ ବିଜେପି ଏବେ ସରକାର ଗଠନ ପାଇଁ ପ୍ରସ୍ତୁତିରେ ଲାଗିପଡିଛି । ଆଜି ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିବା ପାଇଁ କେବଳ ଔପୁଚାରିକତା ରହିଯାଇଛି । ଆଜି ବିଜେପି ବୈଠକ ସରିଲା ପରେ ଏନଡିଏର ବୈଠକ ଅନୁଷ୍ଠିତ ହେବ । ଏନଡିଏ ବୈଠକରେ ଶିବସେନା ଉଦ୍ଧବ ଠାକରେ, ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାସ ପାଶ୍ୱନଙ୍କ ସମେତ ସମସ୍ତ ବରିଷ୍ଠ ନେତା ଓ ନବ ନିର୍ବାଚିତ ସାଂସଦ ଉପସ୍ଥିତ ରହିବେ । ଶନିବାର ଅପରାହ୍ନ ୫ଟାରେ ସଂସଦ ଭବନରେ ଏହି ବୈଠକ ଡକାଯାଇଛି । ଉଭୟ ବୈଠକ ଶେଷ ହେବାପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏନଡିଏ ନେତା ମାନଙ୍କ ସହିତ ପୃଥକ ଆଲୋଚନା କରିବେ । ସମସ୍ତ ଏନଡିଏ ସାଂସଦଙ୍କୁ ୧୦୦ ଦିନର ଏଜେଣ୍ଡା ନିର୍ଦ୍ଧାରଣ ପାଇଁ ମାର୍ଗଦର୍ଶନ ଦିଆଯିବ । ଏନଡିଏର ଏହି ଦ୍ୱିତୀୟ କାର୍ଯ୍ୟକାଳରେ ପୂର୍ବରୁ ବକେୟା କାମକୁ ଶେଷ କରିବା ପାଇଁ ପ୍ରାଥମିକତା ଦିଆଯିବ । ଏଥର ବିଜେପି ଏକାକୀ ୩୦୩ ଆସନରେ ବିଜୟ ହାସଲ କରିଥିବା ବେଳେ ଏନଡିଏ ୩୫୧ରେ ପହଂଚିଛି ।