ଆଜି ବିପିନ ରାୱତ ଏବଂ ପତ୍ନୀ ମଧୁଲିତାଙ୍କ ଅନ୍ତିମ ସଂସ୍କାର

ଆଜି ବିପିନ ରାୱତ ଏବଂ ପତ୍ନୀ ମଧୁଲିତାଙ୍କ ଅନ୍ତିମ ସଂସ୍କାର

ଆଜି ବିପିନ ରାୱତ ଏବଂ ପତ୍ନୀ ମଧୁଲିତାଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ନିକଟରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କ ସହ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସପତ୍ନୀକ ପରଲୋକ ଘଟିଛି। ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଦାହ-ସଂସ୍କାର କରାଯିବ। ଉଭୟଙ୍କ ପ୍ରାର୍ଥିବ ଶରୀର କାମରାଜ ମାର୍ଗସ୍ଥିତ ସରକାରୀ ବାସଭବନକୁ ନିଆଯାଇଛି। ସେଠାରେ ସମସ୍ତ ରାଜନେତା, ସେନା ଅଧିକାରୀ, ସାଧାରଣ ନାଗରିକ ତାଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ତାଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ଏକ ଶୋକାକୁଳ ପରିବେଶ ମଧ୍ୟରେ ଏହି ଅନ୍ତିମ ଦର୍ଶନ ପ୍ରକ୍ରିୟା ଚାଲିଛି। ଅପରାହ୍ଣ ପ୍ରାୟ ୨ଟା ବେଳେ ତିନି ବାହିନୀର ସାମରିକ ବାଦ୍ୟ ବାଜଣ ସହ ଉଭୟଙ୍କ ପ୍ରାର୍ଥିବ ଶରୀରକୁ ଧୌଲା କୁଆଁରେ ଥିବା ବ୍ରାର୍ ଶ୍ମଶାନକୁ ନିଆଯିବ।

ଅପରାହ୍ଣ ୪ଟାରେ ସେମାନଙ୍କର ଶବଦାହ କରାଯିବ। ଜେନେରାଲ୍ ରାୱତ୍ଙ୍କ ବିୟୋଗରେ ଦେଶ ଓ ବିଦେଶରୁ ଶ୍ରଦ୍ଧାଞ୍ଜଳି ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜଣେ ବିଚକ୍ଷଣ ସୈନିକ ଏବଂ ବାସ୍ତବ ଦେଶଭକ୍ତ ବୋଲି ଅଭିହିତ କରିଛନ୍ତି।