ଆଜି ବିଶ୍ୱ ରେଡିଓ ଦିବସ
ଆଜି ବିଶ୍ୱ ରେଡିଓ ଦିବସ
admin
Feb 13, 2021 - 07:52
Updated: Feb 13, 2021 - 07:52
ଆଜି ବିଶ୍ୱ ରେଡିଓ ଦିବସ । ସୂଚନା, ମୂର୍ଚ୍ଛନାର କୁହୁକ ମୁଣି, ଆକାଶବାଣୀ । ଅନେକ ସ୍ୱାଦର ଓ ଅନେକ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ଆଧାର କରି ଏହା ଦିନରାତି ଆମ ସେବାରେ ଅଛି ।
ସ୍ମାର୍ଟ ଫୋନ୍ ଓ ଅତ୍ୟାଧୁନିକ ମନୋରଞ୍ଜନର ସାଧନ ସବୁ ଉଦ୍ଭାବନ ହେବା ପରେ ଅନେକ ସମୟରେ ମନେ ହେଉଥିଲା ମାର୍କୋନି ଉଦ୍ଦ୍ଭାବନ କରିଥିବା ବେତାର ଯନ୍ତ୍ର(ରେଡ଼ିଓ)ର ସତ୍ତା ହଜିଯାଉଛି । ରେଡିଓ ସ୍ଥାନ ସ୍ମାର୍ଟଫୋନ୍, ମୋବାଇଲ ଓ ଆଣ୍ଡ୍ରଏଡ ଟିଭି ଭିତରେ ହଜିଯିବ ବୋଲି ଲାଗୁଥିଲା । ଆଗାମୀ ପିଢ଼ି କେବଳ ଇତିହାସ ବହିରୁ ବା କେଉଁ ସଂଗ୍ରହାଳୟରୁ ଭଙ୍ଗା ରେଡିଓର ଛବି ଦେଖି ପରିକଳ୍ପନା କରିବେ । କିନ୍ତୁ ସେମିତି ହୋଇନି, ଭାଙ୍ଗିରୁଜି ଯାଉଥିବା ରେଡିଓ କଡ଼ ଲେଉଟାଇ ଉଠିଲାଣି ।
ନୂଆରୂପରେ ଭଭା ହେଲାଣି ରେଡ଼ିଓ । ନିଜର ବାର୍ତ୍ତା ଦେଶବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହାରା ନେଇଉନ୍ତି ‘ରେଡିଓ’ର । ନିଜର ବାର୍ତ୍ତା ଦେଶବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ‘ମନ କି ବାତ୍’ ବା ମନର କଥା ରେଡିଓ ମାଧ୍ୟମରେ କୋଟି କୋଟି ଜନସାଧାରଣଙ୍କ ପାଖରେ ପହଞ୍ଚାଉଛନ୍ତି । ଭାରତବର୍ଷରେ ଏବେ ଏଫଏମ୍ ନା’ରେ ଶହ ଶହ ଘରୋଇ ରେଡିଓ ସେଣ୍ଟର ୨୪ଘଣ୍ଟା ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିଯୋଗିତା କଲେଣି ।