ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଅଫଲାଇନ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଅଫଲାଇନ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର: କରୋନା କଟକଣା ପରେ ପ୍ରଥମ ଥର ପାଇଁ ବୋଡର଼୍ ପରିକ୍ଷା ଦେବେ ଛାତ୍ରଛାତ୍ରୀ । ଆଜିଠାରୁ ଆରମ୍ଭ ହୋଇଛି ସେଣ୍ଟ୍ରାଲ ବୋଡର଼୍ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ସହ ଜଡ଼ିତ ବିଦ୍ୟାୟଳ ମାନଙ୍କରେ ଦଶମ ଓ ଦ୍ୱାଦଶ ଶ୍ରେଣୀମାନଙ୍କର ପରୀକ୍ଷା । ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେବେ । ଏହି ପରୀକ୍ଷା ପାଇଁ ରାଜ୍ୟବ୍ୟାପୀ ୫୦,୦୦୦ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ସିବିଏସଇ ପ୍ରତ୍ୟେକ କାଗଜ ପାଇଁ ସମୟକୁ ଦୁଇ ଘଣ୍ଟାରୁ ତିନି ଘଣ୍ଟାକୁ ବୃଦ୍ଧି କରାଯାଇଛି । ଗତ ଦୁଇବର୍ଷ କରୋନା ମହାମାରୀ ଯୋଗୁଁ ପିଲାଙ୍କର ୪୦% ପାଠ୍ୟକ୍ରମକୁ ବାଦ ଦିଆଯାଇ କେବଳ ଏମସିକ୍ୟୁ ପାଟର୍ନରେ ଅନଲାଇନରେ ପରୀକ୍ଷା କରାଯାଉଥିଲା । ହେଲେ ଏହି ବର୍ଷ ପୂର୍ଣ୍ଣ ପାଠ୍ୟକ୍ରମ ଅନୁସରଣ କରି ଦୀର୍ଘ ପ୍ରଶ୍ନପତ୍ର ସହିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । 

ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କର ଏହା ହେଉଛି ପ୍ରଥମ ବୋଡର଼୍ ପରୀକ୍ଷା । କାରଣ ସେମାନେ କୋଭିଡ଼ ମହାମାରୀ ଯୋଗୁଁ ଦଶମ ବୋଡର଼୍ ପରୀକ୍ଷା ଦେବାର ସୁଯୋଗ ପାଇ ନଥିଲେ । ଆଜି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଚିତ୍ରକଳା ପରୀକ୍ଷା ଦେବେ, ଅନ୍ୟପକ୍ଷରେ ଦ୍ୱାଦଶ ପିଲା ଉଦ୍ୟୋଗୀ ପେପରର ପରୀକ୍ଷା ଦେବେ ।