ଆଜିଠାରୁ ବିଧାନସଭା ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଆଜିଠାରୁ ବିଧାନସଭା ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଆଜିଠାରୁ ବିଧାନସଭା ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ। ସରଗରମ ରହିପାରେ ବିଧାନସଭାର ଏହି ଅଧିବେଶନ । ଏଥର ବିରୋଧି ବିଜେବି କଲେଜର ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇ ପାରନ୍ତି। 

ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ପୁଲିସ ବଳପୂର୍ବକ ଉଠାଇ ଦେବା ଘଟଣାକୁ ରାଜ୍ୟ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଏହି ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ଏନେଇ ସେ କହିଛନ୍ତି, ରୁଚିକାଙ୍କ ମା’ଙ୍କୁ ପୁଲିସର ଅମାନୁଷିକ ବ୍ୟବହାର ଖୁବ୍ ଦୁଃଖଦାୟକ । ପୁଲିସ ତାଙ୍କୁ ବୁଝାଇ ପାରିଥାନ୍ତା କିମ୍ବା ଅତି ବେଶିରେ ନୋଟିସ୍ କରିପାରିଥାନ୍ତା । ମାତ୍ର ତାଙ୍କ ମା’ଙ୍କୁ ବଳପୂର୍ବକ ଉଠାଇ ନେବାର କି ଆବଶ୍ୟକତା ଥିଲା ତାହା ବୁଝାପଡ଼ୁନି । ମାନବିକ ଅଧିକାର କ୍ଷୂର୍ଣ୍ଣ କରିଛି ପୁଲିସ । ଏହି ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରାଯିବ ବୋଲି ସେ କହିଛନ୍ତି ।

ଏହାବାଦ ଆସନ୍ତା ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ହେବ ଆଲୋଚନା । ଏଥିନିମନ୍ତେ ବିଭାଗଓ୍ୱାରି ଡିମାଣ୍ଡ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି ।  ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିବନି, ତାହା ୨୯ ତାରିଖର ଗିଲୋଟିନ ଜରିଆରେ ପାରିତ ହେବ । ଆସନ୍ତା ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ।

ପ୍ରଶ୍ନକାଳ ସ୍ୱାଭାବିକ କରିବାକୁ ସବୁ ବିଧାୟକଙ୍କ ସହଯୋଗ ଲୋଡ଼ିଥିବା କହିଛନ୍ତି ବାଚସ୍ପତି । ଯାହା କାର୍ୟ୍ୟକ୍ରମ ଧାର୍ୟ୍ୟ  ହୋଇଛି, ସେହି ଅନୁସାରେ ସବୁ କାର୍ୟ୍ୟକ୍ରମ ହେବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ।