ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି
ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି
ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ଗତକାଲି ଦଶହରାରେ ମନ୍ଦିର ବନ୍ଦ ଥିଲା। ସାଧାରଣ ଲୋକଙ୍କ ଦର୍ଶନ ମଧ୍ୟ ବନ୍ଦ କରାଯାଇଥିଲା। ଆଜି ରାଧା ଦାମୋଦର ବେଶରେ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ସ୍ପତନ୍ତ୍ର ବାଳଧୂନ ନୀତି ମଧ୍ୟ ସଂପନ୍ନ ହୋଇଛି। ଆଜି ଦର୍ଶନ କରିବାକୁ ସମୟ ନିର୍ଘଣ୍ଟ ହୋଇଥିଲା। ଫଳରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିଥିଲେ। ମାତ୍ର ଅବ୍ୟବସ୍ଥା ଯୋଗୁଁ ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ମଧ୍ୟ ସେମାନେ ମହାପ୍ରଭୁଙ୍କ ଦର୍ଶନ କରିପାରି ନଥିଲେ। ଫଳରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦଶହରା ଯୋଗୁଁ ଗତକାଲି ମନ୍ଦିର ବନ୍ଦ ରହିବାରୁ ଆଜି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରମନ୍ଦିର ବାହାରେ ଅପେକ୍ଷା କରିଥିଲେ।




admin 