ଆଜିଠୁ ବିଧାନସଭା ଅଧିବେଶନ

ଆଜିଠୁ ବିଧାନସଭା ଅଧିବେଶନ

ଆଜିଠୁ ବିଧାନସଭା ଅଧିବେଶନ
ଭୁବନେଶ୍ୱର:ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ଫେବ୍ରୁଆରୀ ୨୨ରେ ଆଗତ ହେବ ବଜେଟ୍ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ଶେଷ କରିସାରିଛନ୍ତି । ଆଜି ସରକାରଙ୍କ ବିଭିନ୍ନ ଦାବିରେ ସରକାରଙ୍କୁ ଘେରିବେ । ସଦସ୍ୟଙ୍କର ତାରକା ଚିହ୍ନିତ ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଆଯିବ। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ରବିବାରକୁ ଛାଡ଼ି ଶନିବାର ଓ ସମସ୍ତ ସରକାରୀ କାର୍ୟ୍ୟ ଦିବସରେ ଅଧିବେଶନ ବସିବ। ଏଥର ବିଧାନସଭା ଦୈନିକ ୫ ଘଣ୍ଟା ଏବଂ ବିଶେଷ ଆଲୋଚନା ଥିବା ନିର୍ଦ୍ଧାରିତ ଦିନରେ ୬ ଘଣ୍ଟା ଚାଲିବ। ଗଣମାଧ୍ୟମ ପ୍ରତିନିଧି ପ୍ରେସ ଗ୍ୟାଲେରୀକୁ ଯିବା ଉପରେ କଟକଣା କରାଯାଇଛି । ସେମାନେ ସମ୍ମିଳନୀ କକ୍ଷରେ ରହିବେ।