ଆଜିର ଦିନଟି ଆପଣଙ୍କର କିପରି କଟିବ, ଜାଣନ୍ତୁ ଆଜିର ରାଶିଫଳ

ଆଜିର ଦିନଟି ଆପଣଙ୍କର କିପରି କଟିବ, ଜାଣନ୍ତୁ ଆଜିର ରାଶିଫଳ

ଆଜିର ଦିନଟି ଆପଣଙ୍କର କିପରି କଟିବ, ଜାଣନ୍ତୁ ଆଜିର ରାଶିଫଳ


                       ମେଷ: ନିୟମିତ ଭାବେ ନିଜର ଜ୍ଞାନ ବୃଦ୍ଧି କରନ୍ତୁ । ଭାଇ ଭଉଣୀ ସହିତ ଉତ୍ତମ ବୁଝାମଣା ରହିବ । ବ୍ୟବସାୟୀଙ୍କୁ ଲାଭ ହେବ । ଅଫିସ କାମରେ ବ୍ୟସ୍ତ ରହିବେ ।

                                   ବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ, ଆପଣଙ୍କର ନାମ ହେବ । ଅଫିସରେ କାମର ପ୍ରଶଂସା ହେବ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ ।

ମିଥୁନ: ସୌନ୍ଦର୍ଯ୍ୟ ପ୍ରସାଧନ କ୍ଷେତ୍ରରେ ନିବେଶ କରନ୍ତୁ, ଆପଣଙ୍କୁ ଲାଭ ମିଳିବ । ଟେଣ୍ଟ ହାଉସ ମାଲିକଙ୍କ ଲାଗି ଦିନଟି ଭଲ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।

କର୍କଟ: କୌଣସି ବଡ଼ ସୁଯୋଗ ହାତଛଡ଼ା ହୋଇପାରେ । ଚିନ୍ତିତ ରହିବା କାରଣରୁ ଜୀବନସାଥୀଙ୍କ ସହିତ ବଚସା ହୋଇପାରେ । ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ ।

ସିଂହ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲଗାନ୍ତୁ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ବ୍ୟବସାୟୀ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ ।

କନ୍ୟା: କୌଣସି ଶୁଭ ଖବର ପାଇବେ । ମନ ଶାନ୍ତ ରହିବ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିପାରେ ।

ତୁଳା: ନୂଆ କାମ ଆରମ୍ଭ କରିପାରନ୍ତି । ଧାର ଦେଇଥିବା ପଇସା ପାଇବେ । ରାଜନୀତିରେ ସଫଳତା ପାଇବେ । ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ ।

ବିଛା: କଥା କଥାରେ କ୍ରୋଧ ଆସିପାରେ । ପରିବାର ଲୋକଙ୍କର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହେବ ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା ପାଇବେ । ଓକିଲ ପୁରୁଣା ମକଦ୍ଦମାରେ ମନ ନିବେଶ କରିବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ ।

ମକର: କାରବାରରେ ଲାଗି ରହିଥିବା ଝଞ୍ଜଟର ସମାଧାନ ହେବ । ଭୂସଂପତ୍ତି କିଣିବା ଯୋଗ ରହିଛି । ଘରକୁ କୌଣସି ବନ୍ଧୁ ଆସିବେ । ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ ଲଗାଇବେ ।

କୁମ୍ଭ: କରିଆସୁଥିବା କାମରେ ଆପଣଙ୍କ ଧ୍ୟାନ ଲାଗି ରହିବ । କାରବାରରେ ବାଧା ଦୂର ହୋଇଯିବ । ପାରିବାରିକ ଜୀବନରେ ଶାନ୍ତି ବଢ଼ିବ । ପ୍ରେମ ସମ୍ବନ୍ଧ ନିବିଡ଼ ହେବ ।

ମୀନ: ବ୍ୟବସାୟରେ ଆଶାଜନକ ଫଳ ପାଇବେ । ମହିଳାମାନେ ନିର୍ଦ୍ଧାରିତ ସମୟରେ ଘର କାମ ସଂପୂର୍ଣ୍ଣ କରିବେ । ଭଲ କଂପାନିରେ ସୁଯୋଗ ଲାଗି ଅଧିକ ପରିଶ୍ରମ କରନ୍ତୁ ।