ଆନ୍ତର୍ଜାତିକ ମହିଳା ଦିବସକୁ କଳାଦିବସ ଭାବେ ପାଳନ କଲା କଟକ ଜିଲ୍ଲା ମହିଳା କଂଗ୍ରେସ
ଆନ୍ତର୍ଜାତିକ ମହିଳା ଦିବସକୁ କଳାଦିବସ ଭାବେ ପାଳନ କଲା କଟକ ଜିଲ୍ଲା ମହିଳା କଂଗ୍ରେସ
admin
Mar 8, 2021 - 12:47
Updated: Mar 8, 2021 - 12:47
କଟକ: ଆଜିର ଆନ୍ତର୍ଜାତିକ ମହିଳା ଦିବସକୁ କଳା ଦିବସ ଭାବେ କଟକ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ଶୋଭା ସିଂଙ୍କ ଅଧ୍ୟକ୍ଷତାରେ କଟକ ଶକ୍ତି ନଗର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ସଶକ୍ତିକରଣ , ମହିଳା ସୁରକ୍ଷା ଓ ମହିଳା ମାନଙ୍କ ଅଧିକାର ସଂପର୍କରେ କହିବା ସହ ସଂପ୍ରତି ରାଜ୍ୟ ତଥା ଦେଶରେ ଦିନକୁ ଦିନ ମହିଳାମାନଙ୍କ ପ୍ରତି ଗଣଦୁଷ୍କର୍ମ, ନିଖୋଜ , ହତ୍ୟା ବଢି ବଢି ଚାଲିଥିବା ବେଳେ ମହିଳାମାନେ ସୁରକ୍ଷା ଓ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ପର୍ଯବେକ୍ଷକ ସଂଗ୍ରମା କେଶରୀ ଜେନା ଅତିଥି ଭାବେ ଯୋଗ ଦେଇ ଓ ଅନ୍ୟାନ୍ୟ ରାଜନୈତିକ ଦଳ ମହିଳା ସଶକ୍ତିକରଣର କଥା କହୁଥିବା ବେଳେ ପ୍ରକୃତ ପକ୍ଷେ କଂଗ୍ରେସ ଦଳ ମହିଳାଙ୍କ କ୍ଷେତ୍ରରେ ଅଗ୍ରାଧିକାର ତଥା ଉଚ୍ଚସ୍ଥାନ ଦେଇ ପାରିଛି , ଯେମିତିକି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗିୟା ଇନ୍ଦିରା ଗାନ୍ଧିଙ୍କୁ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ପ୍ରତିଭା ସିଂ ପାଟିଲଙ୍କୁ କରାଇଥିଲେ । ଅନୁରୂପ ଭାବେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସ୍ୱର୍ଗିୟା ନନ୍ଦିନୀ ଶତନଥିଙ୍କୁ ମଧ୍ୟ କଂଗ୍ରେସ ଦଳ କରିଥିଲେ ବୋଲି କହିଥିଲେ । ଆଜି ଦରଦାମ ବୃଦ୍ଧି, ପେଟ୍ରୋଲ ଡିଜେଲ ବୃଦ୍ଧି , ନାରୀ ନିର୍ଯାତନା ବୃଦ୍ଧି ଇତ୍ୟାଦି ପାଇଁ ଏହି ମହିଳା ଦିବସକୁ କଳା ଦିବସ ଭାବେ ପାଳନ କରିଛି ଜିଲ୍ଲା ମହିଳା କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମହିଳାମାନେ କଳା ଶାଢୀ ପିନ୍ଧି ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ଓ ରାଜ୍ୟ ବିରୋଧି ସ୍ଲୋଗାନ ଦେଇ ଲିଙ୍କରୋଡରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଳୀନିପ୍ରଭା ଉଦଗାତା , ନିରୁପମା ଦାସ, ରେଣୁବାଳା ରାଉତ, ମୋନାଲିସା ଦାସ, ଅର୍ଣ୍ଣପୂର୍ଣ୍ଣା , ପିରୁପମା ପାତ୍ର , ଅନିମା ମହାନ୍ତି, ସିପ୍ରା ଖୁଂଟିଆ , ସ୍ୱର୍ଣ୍ଣରାଣୀ ବେହେରା, ରାଜ ଶିଖନ ସ୍ୱାଇଁ , ସଚ୍ଚିଦାନନ୍ତ ରାଉତ , ଦୀପକ ସାହୁ , ସୁକାନ୍ତ ସାହାଣୀ, ବିପ୍ଲବ ଶିଲାଜୀତ , ଦୀପକ ମହାନ୍ତି, ଏସକେ ଆୱାସ କ୍ୱେରେସି, ସଦାଶିବ ବାରିକ, କମଳେନ୍ଦୁ ଆଚାର୍ଯ୍ୟ, ନରେଶ ବେହେରା , ସତ୍ୟଜିତ ସେଠି, ଆଶୁତୋଷ ରାଉତ, ଏମଡି ସାକିଲ, ଆକାଶ କୁମାର ମହାନ୍ତି, କାର୍ତିକ ସେନାପତି, ମାନସ ପରିଡା, ଉଗ୍ରସେନ ଭୂୟାଁ, ରାଜକିଶୋର ସ୍ୱାଇଁ , ବିରେନ ପଶାୟତ ଆଦି ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।